ଶସ୍ତାରେ ଘର କିଣିବାକୁ କରିବାକୁ ହେବ ଅପେକ୍ଷା ! ସରକାର ନେଲେ ଏହି ନିଷ୍ପତ୍ତି

ଗତ କିଛି ଦିନ ହେଲା ଏହି କଥାକୁ ନେଇ ଚର୍ଚ୍ଚା ହେଉଥିବା ଯେ ଜାନୁୟାରୀ 10 ତାରିଖରେ ଜିଏସ୍‌ଟି କାଉନସିଲ୍‌ ବୈଠକେର ଶସ୍ତା ଘରକୁ ନେଇ ବଡ଼ ନିଷ୍ପତ୍ତି ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ବୁଧବାର କହିଥିଲେ ଯେ ସେ ମଧ୍ୟମ ବର୍ଗଙ୍କ ପାଇଁ ନିର୍ମାଣ ହେଉଥିବା ଘର ଗୁଡ଼ିକୁ ଜିଏସ୍‌ଟିର 5 ପ୍ରତିଶତ ଅଧୀନକୁ ଆଣିବାକୁ କହିଛନ୍ତି ।

ଏମିତିରେ ଲୋକଙ୍କର ଆଶା ବଢ଼ିଯାଇଥିଲା । କିନ୍ତୁ ଏବେ ଏହି ଆଶା ଉପରେ ପାଣି ଫାଟି ଯାଇଛି । ଅର୍ଥାତ୍‌ ଏବେ ଲୋକଙ୍କୁ ଶସ୍ତା ଘର କିଣିବା ପାଇଁ ଅପେକ୍ଷା କରିବାକୁ ହେବ । ଜିଏସ୍‌ଟି କାଉନସିଲ୍‌ ବୈଠକରେ ଏମିତି କଣ ହେଲା ଯାହା ଫଳରେ ଲୋକଙ୍କୁ ଅପେକ୍ଷା କରିବାକୁ ହେବ ।

ଗୁରୁବାର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି କାଉନସିଲ୍‌ ବୈଠକରେ ଛୋଟ ବଡ଼ ବ୍ୟବସାୟୀଙ୍କୁ ଆଶ୍ବସ୍ତି ଦେବାକୁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଗଲା । କିନ୍ତୁ ଘର କିଣିବା ବାବଦରେ ଜେଟଲୀ କହିଲେ ଯେ ନିର୍ମାଣାଧୀନ ଫ୍ଲାଟ୍‌ ଓ ଘର ଉପରେ ଜିଏସ୍‌ଟି ହାର କମାଇବାର ନିଷ୍ପତ୍ତି ଏବେ ଟାଳି ଦିଆଯାଇଛି ।

ଅର୍ଥମନ୍ତ୍ରୀ କହିଲେ ଯେ କାଉନସିଲ୍‌ ବୈଠକରେ ରିୟଲ ଇଷ୍ଟେଟ୍‌ ଉପରେ ଜିଏସ୍‌ଟିକୁ ନେଇ ମତଭେଦ ସାମ୍ନାକୁ ଆସିଛି । ଏମିତିରେ ଏହା ଉପରେ ବିଚାର କରିବାକୁ ମନ୍ତ୍ରୀ ସମୂହଙ୍କର ଏକ କମିଟି ଗଠନ କରାଯାଇଛି । ସହଜ ଭାଷାରେ କହିଲେ ଏହି କମିଟି ହିଁ କହିବ ଯେ ନିର୍ମାଣାଧୀନ ଘର ଉପରେ ଜିଏସ୍‌ଟିକୁ 5 ପ୍ରତିଶତ ସ୍ଲାବ୍‌ରେ ଅଣାଯିବ ନା ନାହିଁ । ଏବେ ନିର୍ମାଣାଧୀନ ଘର ଉପରେ ଜିଏସ୍‌ଟି 12 ପ୍ରତିଶତ ରହିଛି ।
ଏହାଛଡ଼ା ଘର ନିର୍ମାଣରେ ଲାଗୁଥିବା ଅଧିକାଂଶ ସାମଗ୍ରୀ ଓ ସେବା ପାଇଁ ଜିଏସ୍‌ଟି 18 ପ୍ରତିଶତ ଲଗାଯାଉଛି । ସିମେଣ୍ଟ ଉପରେ ତ 28 ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଉଛି । ଜିଏସ୍‌ଟି ମିଟିଂରେ ଏହି ସ୍ଲାବ୍‌ରେ କାଣ୍ଟ ଛାଣ୍ଟ କରାଯିବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ସେମିତି ହେଲା ନାହିଁ ।

Related Posts