ବିନା ଆଧାରକାର୍ଡରେ ମଧ୍ୟ ପାଇପାରିବେ ସମସ୍ତ କୋଭିଡ ସେବା: UIDAI

adharcard

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶ ମହାମାରୀ କରୋନା ସହ ଲଢୁଛି । ଏପରି ମୂହୂତ୍ତ୍ୱର୍ରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଏକ ବିବୃତ୍ତି ଜାରି କରିଛି । ଅଧାରକାର୍ଡ ଅଭାବରୁ କୌଣସି ବ୍ୟକ୍ତିଙ୍କୁ ଟୀକା, ଔଷଧ କିମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯିବାରୁ ବଞ୍ଚିତ କରାଯିବ ନାହିଁ । ତେବେ ଦିନକୁ ଦିନ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି । ଏପରି କରିବା ଦ୍ୱାରା କୌଣସି ବ୍ୟକ୍ତି ଆଧାର କିମ୍ବା ଅନ୍ୟ କୌଣସି କାରଣରୁ ଅନଲାଇନରେ ପଞ୍ଜୀକରଣ କରିବାରେ ଅସମର୍ଥ ହେଉଛନ୍ତି, ତାହାଲେ ସେମାନେ ସହଜରେ ଟୀକା ଗ୍ରହଣ କରିପାରିବେ । ତେବେ ଆଧାର ପାଇଁ ଏକ ସୁ-ସ୍ଥାପିତ ବ୍ୟତିକ୍ରମ ପ୍ରଣାଳୀ ଅଛି ଏବଂ ଆଧାର ଅନୁପସ୍ଥିତିରେ ସେବା ବିତରଣକୁ ନିଶ୍ଚିତ କରିବା ପାଇଁ ଏହାକୁ ଅନୁସରଣ କରିବା ଉଚିତ ବୋଲି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ କହିଛନ୍ତି । ଯଦି କୌଣସି କାରଣରୁ ସମ୍ପୃକ୍ତ ବ୍ୟକ୍ତି ଆଧାର ଧାରଣ କରିନାହାଁନ୍ତି ତାହାଲେ ତାଙ୍କୁ ଅତ୍ୟାବଶ୍ୟକ ସେବାରୁ ବାରଣ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି । ଅନ୍ୟପଟେ ୨୦୧୭ ମସିହା ଡିସେମ୍ବର ୧୯ ତାରିଖରେ କ୍ୟାବିନେଟ ସଚିବାଳୟ ଙଗ ବ୍ୟତିକ୍ରମ ନିୟନ୍ତ୍ରଣ ପ୍ରଣାଳୀରେ ଏହାକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି । ଏଥିରେ ଯେଉଁମାନଙ୍କ ପାଖରେ ଆଧାର ନାହିଁ ସେହି ବ୍ୟକ୍ତିମାନଙ୍କ ପାଇଁ ଲାଭ ଏବଂ ସେବା ପାଇଁ ପରିଚୟର ବିକଳ୍ପ ମାଧ୍ୟମ ବ୍ୟବହାର କରି ସମସ୍ତ ସେବା ଯୋଗାଇ ଦିଆଯିବ ବୋଲି ବର୍ଣ୍ଣନା କରାଯାଇଛି ।

Related Posts