ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

petrol 1

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନାସ୍ଥିତି ସଙ୍କଟାପୂର୍ଣ୍ଣ ରହିଛି । ଏପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ପେଟ୍ରୋଲ ଦର ଲିଟର୍ ପିଛା ୧୮ରୁ ୨୫ ପଇସା ଏବଂ ଡିଜେଲ୍ ଦର ଲିଟର୍ ୨୭ରୁ ୩୦ ପଇସା ବୃଦ୍ଧି ପାଇଛି । ସବୁଠାରୁ ରୋଚକ କଥାଟି ହେଉଛି ଦୁଇଦିନ ପୂର୍ବରୁ ପେଟ୍ରୋଲ ଦର ୨୯ ପଇସା ଓ ଡିଜେଲ ଦର ୩୪ ପଇସା ବୃଦ୍ଧି ପାଇଥିଲା । ଦିନକୁ ଦିନ ବୃଦ୍ଧି ପାଉଥିବା ପେଟ୍ରୋଲ ଦରକୁ ଦେଖି ସମସ୍ତେ ଚିନ୍ତାରେ ପଡିଛନ୍ତି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୪ ପଇସା ଓ ଡିଜେଲ୍ ୨୭ ପଇସା ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ ଦର ୯୨.୫୮ ଟଙ୍କା ହୋଇଛି। ସେହିପରି ଡିଜେଲ୍ ଦର ୮୩.୨୨ ଟଙ୍କା ରହିଛି । ଅନ୍ୟପକ୍ଷରେ ମୁମ୍ବାଇରେ ପେଟ୍ରୋଲ୍ ଦର ୯୮.୮୮ ଟଙ୍କା ଓ ଡିଜେଲ୍ ଦର ୯୦.୪୦ ଟଙ୍କା ହୋଇଛି । ଏହାବ୍ୟତୀତ କୋଲକାତାରେ ପେଟ୍ରୋଲ୍ ଦର ୯୨.୬୭ ଟଙ୍କା ଓ ଡିଜେଲ୍ ଦର ୮୬.୦୬ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ୍ ଲିଟର୍ ପିଛା ୯୪.୩୪ ଟଙ୍କା ଓ ଡିଜେଲ୍ ଦର ଲିଟର୍ ପିଛା ୮୮.୦୭ ଟଙ୍କା ହୋଇଛି । ଅନ୍ୟପଟେ ଶ୍ରୀଗଙ୍ଗାନଗରରେ ପେଟ୍ରୋଲ୍ ଦର ୧୦୩.୫୨ ଟଙ୍କା ଓ ଡିଜେଲ୍ ଦର ୯୫.୯୯ ଟଙ୍କା ରହିଛି । ଅନୁପପୁରରେ ପେଟ୍ରୋଲ୍ ଦର ୧୦୩.୨୧ ଟଙ୍କା ଓ ଡିଜେଲ୍ ଦର ୯୩.୯୮ ଟଙ୍କା ହୋଇଛି । ସେହିପରି ରିୱାରେ ପେଟ୍ରୋଲ୍ ଲିଟର୍ ପିଛା ୧୦୨.୮୫ ଟଙ୍କା ଓ ଡିଜେଲ୍ ଦର ୯୩.୬୫ ଟଙ୍କା, ଇନ୍ଦୋରରେ ପେଟ୍ରୋଲ୍ ଦର ୧୦୦.୭ ଟଙ୍କା ଓ ଡିଜେଲ୍ ଦର ୯୧.୬୯ ଟଙ୍କା, ଭୋପାଳରେ ପେଟ୍ରୋଲ ଦର ୧୦୦.୬୩ ଟଙ୍କା ଓ ଡିଜେଲ୍ ଦର ୯୧.୫୯ ଟଙ୍କା, ଜୟପୁରରେ ପେଟ୍ରୋଲ୍ ଲିଟର୍ ପିଛା ୯୯.୦୨ ଟଙ୍କା ଓ ଡିଜେଲ୍ ଲିଟର୍ ୯୧.୮୬ ଟଙ୍କାକୁ ବୃଦ୍ଧି ପାଇଛି ।

Related Posts