ମିସ୍‌ ୟୁନିଭର୍ସ ହେଲେ ଫିଲିପାଇନ୍‌ସର ସୁନ୍ଦରୀ କାଟ୍ରିଓନା ଗ୍ରେ

ଦକ୍ଷିଣ ଆଫ୍ରିକାର ଟେମାରିନ୍‌ ଗ୍ରିନ୍‌ ପ୍ରଥମ ରନର୍ସଅପ୍‌, ଭେନିଜୁଏଲାର ସ୍ଥେଫନିଙ୍କୁ ଦ୍ବିତୀୟ ରନର୍ସଅପ୍‌ ମୁକୁଟ

ଫିଲିପାଇନ୍‌ସ ସୁନ୍ଦରୀ କାଟ୍ରିଓନା ଗ୍ରେ ହାସଲ କରିଛନ୍ତି ମିସ୍‌ ୟୁନିଭର୍ସ ୨୦୧୮ ଟାଇଟଲ୍‌ । ୨୪ ବର୍ଷୀୟା କାଟ୍ରିଓନା ୬୭ତମ ମିସ୍‌ ୟୁନିଭର୍ସ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ତାଙ୍କୁ ଦକ୍ଷିଣ ଆଫ୍ରିକାର ଡେମି ଲେହନେଲ ଏହି ମୁକୁଟ ପିନ୍ଧାଇଥିଲେ । ଏଥର ଥାଇଲାଣ୍ଡର ବ୍ୟାଙ୍କକକ୍‌ଠାରେ ଆୟୋଜିତ ହୋଇଥିଲା ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ।

ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଟେମାରିନ୍‌ ଗ୍ରିନ୍‌ ଓ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି ଭେନିଜୁଏଲାର ସୁନ୍ଦରୀ ସ୍ଥେଫନି ଗୁଟରେଜ୍‌ । ଏଥର ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତର ମିସ୍‌ ଇଣ୍ଡିଆ ନେହଲ ଚୁଦାସମା ଟପ୍‌ ଟେନ୍‌ ଭିତରେ ବି ସ୍ଥାନ ପାଇ ନ ଥିଲେ । ଏଥର ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ୯୪ଟି ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

Related Posts