1984 ଶିଖ୍‌ ଦଙ୍ଗା ମାମଲା, ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

୧୯୮୪ ଶିଖ୍‌ ଦଙ୍ଗା ମାମଲାରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡାଦେଶ । ପୂର୍ବରୁ ତଳ କୋର୍ଟ ଦେଇଥିବା ରାୟକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ୧୯୮୪ରେ ଦିଲ୍ଲୀ କ୍ୟାଣ୍ଟରେ ଦଙ୍ଗା ହୋଇଥିଲା । ଅପରାଧିକ ଷଡ଼ଯନ୍ତ୍ର ଓ ଦଙ୍ଗାକୁ ଉସୁକାଇବା ନେଇ ମାମଲା ଚାଲିଥିଲା ।

ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ଥିଲେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର । ପୂର୍ବରୁ କଡ଼କଡ଼ଡୁମା କୋର୍ଟ ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଡିସେମ୍ବର ୩୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related Posts