ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏପ୍ରିଲ ୨୬ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ସେହିପରି ୨୭ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହ ୨୯ ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ମେ ୧୩ ରେ ଭୋଟ୍ ଗ୍ରହଣ କରାଯିବ । ମେ ୧୮ ସୁଦ୍ଧା ନିର୍ବାଚନୀ ପ୍ରକ୍ରିୟା ଶେଷ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ , ପୂର୍ବରୁ ଏପ୍ରିଲ ୧୭ ରେ ଭୋଟଗ୍ରହଣ କରାଯିବାର ଥିଲା। କିନ୍ତୁ ଭୋଟ୍ ଗ୍ରହଣର ଦୁଇ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ପ୍ରାଣ ହରାଇଥିଲେ। ଫଳରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ତେବେ ଅଜିତ ମଙ୍ଗରାଜଙ୍କ ବଦଳରେ କଂଗ୍ରେସ କାହାକୁ ଟିକେଟ୍ ଦେଉଛି ତା ଉପରେ ସମସ୍ତଙ୍କ ନଜର ରହିବ । ତାଙ୍କ ପତ୍ନୀ କିମ୍ବା ପରିବାରର ଅନ୍ୟ କେଉଁ ସଦସ୍ୟଙ୍କୁ ଟିକଟ ମିଳିବ ନା ଆଉ କାହା ଉପରେ ଦଳ ଭରଷା କରିବ ?

Related Posts