ବେଙ୍ଗଲ ନିର୍ବାଚନରେ ୧୧ ଘଣ୍ଟା ୩୩ ମିନିଟ୍ ଭାଷଣ ଦେଇଛନ୍ତି ପିଏମ୍ କିନ୍ତୁ ସଂସଦ ଭିତରେ ମାତ୍ର ୬ ମିନିଟ୍ : ଟିଏମସି ସାସଂଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହୋଇଯାଇଛି। କିନ୍ତୁ ବିଜେପି ଏବଂ ଟିଏମସି ମଧ୍ୟରେ ରାଜନୈତିକ ବୟାନବାଜି ଆହୁରି ତୀବ୍ର ହୋଇଯାଇଛି। ଏଥରର ମସୁମୀ ଅଧିବେଶନରେ ଟିଏମସିର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ ଲଗାତାର ମୋଦୀ ସରକାରଙ୍କ ଉପରେ ହମଲା କରୁଥିଲେ। ଉଭୟ ସଦନ ଭିତରେ ଏବଂ ବାହାରେ ବିଜେପିକୁ ଜୋରଦାର ଟାର୍ଗେଟ କରିଥିଲେ ଟିଏମସି ସାସଂଦ। ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ ବେଙ୍ଗଲ ବିଧାନସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ଘଣ୍ଟା ୩୩  ମିନିଟ୍ ଭାଷଣ ଦେଇଥିବାବେଳେ ଏହି ମୌସୁମୀ ଅଧିବେଶନରେ ସଂସଦ ଭିତରେ ସେ ମାତ୍ର ୬ ମିନିଟ୍ ୧୩ ସେକେଣ୍ଡ୍ ଦେଇଛନ୍ତି।

ଓ ବ୍ରାଏନ୍ ଏକ ଭିଡିଓ ରିଲିଜ କରି ପିଏମ ମୋଦୀଙ୍କୁ ପ୍ରଶ୍ନ ପଚାରିଥିଲେ ଯେ – “ପିଏମ ମୋଦୀ, ଆପଣ ବଙ୍ଗଳାରେ ଭାଷଣ ଦେବାରେ କେତେ ସମୟ ଖର୍ଚ୍ଚ କରିଛନ୍ତି, ନିର୍ବାଚନ ସମୟରେ ଏବଂ ମୌସୁମୀ ଅଧିବେଶନରେ ଆପଣ ( ପ୍ରଧାନମନ୍ତ୍ରୀ) କେତେ ସମୟ ଦେଇଛନ୍ତି ?  ଏହାର ଉତ୍ତର  ଦେଇ ସେ ନିଜେ କହିଛନ୍ତି ଯେ ବେଙ୍ଗଲ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୧୧ ଘଣ୍ଟା ୩୩ ମିନିଟ ଭାଷଣ ଦେଇଥିଲେ। କିନ୍ତୁ ସେ ସଂସଦରେ ମାତ୍ର ୬ ମିନିଟ୍ ୧୩  ସେକେଣ୍ଡ୍ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସଦନରେ ଉପସ୍ଥିତ ଥିଲେ, ଦେବ ଗୌଡା ମଧ୍ୟ ସେଠାରେ ଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଉପସ୍ଥିତ ନଥିଲେ । 

ଟିଏମସି ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ସଂସଦ ପ୍ରତି ଉତ୍ତରଦାୟୀ, କିନ୍ତୁ ଏହି ସରକାର କାହା ପାଇଁ ଦାୟୀ ହେବାକୁ ଚାହାଁନ୍ତି ନାହିଁ ବୋଲି ସେ କହିଛନ୍ତି । ଏହି ଭିଡିଓକୁ ରିଟ୍ୱିଟ କରି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ଡେରେକଙ୍କ ସମର୍ଥନ କରି ଥିଲେ । ସୂଚନାଯୋଗ୍ୟ ଯେ ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଲ୍ ପାସ୍ ହେଉଥିଲା  ।  

Related Posts