ଜାତିଗତ ଜନଗଣନା: ପିଏମଙ୍କୁ ଭେଟିଲେ ନୀତୀଶ କୁମାର, କହିଲେ – ‘ ଆଶା କରୁଛି ପ୍ରଧାନମନ୍ତ୍ରୀ ଆମ ପ୍ରସ୍ତାବ ଉପରେ ବିଚାର କରିବେ ‘

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତିଗତ ଜନଗଣନାକୁ ନେଇ ସୋମବାର ବିହାରର ୧୦ ଦଳର ୧୧ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜାତି ଜନଗଣନା ଦାବିରେ ଅନୁଷ୍ଠିତ ହୋଇଥିବା ବୈଠକ ଶେଷ ହୋଇଛି। ଏମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆର୍‌ଜେଡି ନେତା ତେଜସ୍ୱୀ ଯାଦବ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝି, ବିଆଇପିର ମୁକେଶ ସାହାଣି । ସବୁଠାରୁ ବଡ କଥା ହେଲା ଏମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଜନକ ରାମ । ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିନିଧି ଦଳର ନେତାମାନେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ। ଏହି ଅବସରରେ ନୀତୀଶ କୁମାର କହିଛନ୍ତି ଯେ , “ସମସ୍ତେ ଜାତି ଜନଗଣନା ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆମ ସମସ୍ତଙ୍କ କଥା ଶୁଣୁଥିଲେ। ଆମେ ପ୍ରଧାନମନ୍ତ୍ରୀଙ୍କୁ ଏହା ଉପରେ ସଠିକ୍ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲୁ। ଦୁଇ ଦୁଇଥରର ପ୍ରଧାନମନ୍ତ୍ରୀ ମୋଦୀ ଆମର କଥାକୁ ପ୍ରତ୍ୟାଖ୍ୟାନ କରିନାହାଁନ୍ତି।

ଅପରପକ୍ଷରେ ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି, “ଜାତି ଜନଗଣନା ଦ୍ୱାରା ଦେଶ ଉପକୃତ ହେବ। ମଣ୍ଡଳ ଆୟୋଗ ପୂର୍ବରୁ ଦେଶରେ କେତେ ଜାତି ଅଛନ୍ତି ତାହା ଜଣା ପଡି ନଥିଲା। ମଣ୍ଡଳ କମିଶନ ପରେ ଜଣାପଡିଥିଲା ​​ଯେ ଦେଶରେ ହଜାର ହଜାର ଜାତି ଅଛନ୍ତି । ଯଦି ପଶୁ ,ଗଛ ଏବଂ ଉଦ୍ଭିଦ ଗଣନା କରାଯାଏ, ତେବେ ସେଠାରେ ମଧ୍ୟ ଜାତି ଜନଗଣନା ହେବା ଉଚିତ୍। ସେ କହିଛନ୍ତି ଯେ ସରକାରୀ ଯୋଜନା ପାଇଁ ଜାତି ଜନଗଣନା ନିହାତି ଆବଶ୍ୟକ। ଏହି ପ୍ରତିନିଧୀ କେବଳ ବିହାର ପାଇଁ ନୁହେଁ, ଏହା ସମଗ୍ର ଦେଶ ପାଇଁ ଅଟେ। ଜାତୀୟ ସ୍ୱାର୍ଥ ପ୍ରସଙ୍ଗ, ଆମେ ବିରୋଧୀଙ୍କ ସହ ଅଛୁ। ସରକାରଙ୍କୁ ସର୍ବଦା ସମର୍ଥନ କରିଆସୁଛୁ ବୋଲି ତେଜସ୍ବୀ ଯାଦବ କହିଛନ୍ତି। “

ଏଥି ସହ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତାନ ରାମ ମଞ୍ଜୀ କହିଛନ୍ତି ଯେ ଆମେ ଯେକୌଣସି କ୍ଷେତ୍ରରେ ଜାତି ଜନଗଣନା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛୁ, ଏହା ଏକ ଐତିହାସିକ ନିଷ୍ପତ୍ତି ହେବ।  ପ୍ରଧାନମନ୍ତ୍ରୀ ଆମକୁ ବହୁତ ଗମ୍ଭୀରତାର ସହ ଶୁଣିଛନ୍ତି ତେଣୁ ଆମେ ଭାବୁଛୁ ଶୀଘ୍ର ନିଷ୍ପତ୍ତି ନିଆଯିବ। ଜାତି ଜନଗଣନା ପ୍ରସଙ୍ଗରେ ଆମେ ସମସ୍ତେ ଏକାଠି ଅଛୁ ।  ଯେତେବେଳେ ଜାତୀୟ ସ୍ୱାର୍ଥର କୌଣସି ପ୍ରସଙ୍ଗ ଥାଏ ଆମେ ସରକାରଙ୍କ ସହ ଅଛୁ ବୋଲି ମାଝୀ କହିଛନ୍ତି। 

Related Posts