ପ୍ରଧାନମନ୍ତ୍ରୀ ମୋଦୀ ମୋର ଜଣେ ଭଲ ବନ୍ଧୁ, ଭାରତ ପାଇଁ ସେ ବହୁତ ଭଲ କାମ କରୁଛନ୍ତି: ଡୋନାଲ୍ଡ ଟ୍ରମ୍ପ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ଜଣେ ଭଲ ମଣିଷ ଓ ସେ ଭାରତ ପାଇଁ ବହୁତ ଭଲ କାମ କରୁଛନ୍ତି । ଏହାସହ ଭାରତ ବ୍ୟତୀତ ତାଙ୍କର ଅନ୍ୟକେହି ଭଲ ବନ୍ଧୁ ନଥିବା କଥା ମଧ୍ୟ ଟ୍ରମ୍ପ କହିଛନ୍ତି ।ଅନ୍ୟପକ୍ଷରେ ସେ ଆଗାମୀ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ସଂକେତ ଦେଇଛନ୍ତି ।

କେବଳ ସେତିକି ନୁହେଁ ଟ୍ରମ୍ପ କହିଛନ୍ତି ଯେ “ମୋର ଭାରତ ସହିତ ଭଲ ସଂପର୍କ ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ଜଣେ ଭଲ ବନ୍ଧୁ । ଭାରତ ପାଇଁ ସେ ବହୁତ ଭଲ କାମ କରୁଛନ୍ତି।” ଅନ୍ୟଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ବାଇଡେନଙ୍କ ଠାରୁ ତାଙ୍କର ଭାରତ ସହ ଭଲ ସଂପର୍କ ରହିଛି।

ସୂଚନାଯୋଗ୍ୟ ଯେ, ଡୋନାଲ୍ଡ ଟ୍ରମ୍ପ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହୋଇଥିଲେ । ହେଲେ ସେ ନିଜର ପରାଜୟକୁ ସ୍ୱୀକାର କରି ନଥିଲେ ଟ୍ରମ୍ପ । ଏହାପରେ ଟ୍ରମ୍ପଙ୍କ ସମର୍ଥକମାନେ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ହିଲ ଉପରେ ଆକ୍ରମଣ କରିଥିଲେ । ଯାହାକୁ ନେଇ ଏପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଟ୍ରମ୍ପଙ୍କୁ ଟାର୍ଗେଟ କରୁଛନ୍ତି ।

Related Posts