PM ମୋଦିଙ୍କୁ ଭେଟିଲେ ବଲିଉଡର ୟଙ୍ଗ୍‌ ଜେନେରେସନ୍‌, ସାଙ୍ଗରେ ନେଲେ ସେଲ୍‌ଫି

ବଲିଉଡ ତାରକାମାନେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବଲିଉଡର ପ୍ରଯୋଜକମାନଙ୍କୁ ମଧ୍ୟ ଭେଟି ସାରିଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଫିଲ୍ମ ଉଦ୍ୟୋଗ ସହ ଜଡ଼ିତ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଏହି ସାକ୍ଷାତକାର ପରେ ସରକାର ଫିଲ୍ମର ଟିକେଟ୍‌ ଉପରୁ ଜିଏସ୍‌ଟି କମାଇ ଦେଇଥିଲେ ।

ରଣବୀର ସିଂହ, ରଣବୀର କାପୁର, ଆଲିଆ ଭଟ ଓ ବରୁଣ ଧୱନଙ୍କ ଭଳି ବଲିଉଡ୍‌ ତାରକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଗୁରୁବାର ନୂଆ ଦିଲ୍ଲୀରେ ପହଞ୍ଚିଲେ । ଏହି ବୈଠକର ଆୟୋଜନ କରିଥିଲେ ଫିଲ୍ମ ନିର୍ମାତା କରନ ଜୋହର । ଫିଲ୍ମ ଉଦ୍ୟୋଗର ପ୍ରତିନିଧିମଣ୍ଡଳରେ ନିର୍ଦ୍ଦେଶକ ଓ କଳାକାରମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ । ଏମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ, ଅଭିନେତା ରାଜକୁମାର ରାଓ, ଭିକ୍କି କୌଶଲ, ଆୟୁଷ୍ମାନ ଖୁରାନା, ଭୂମି ପେଡନେକର ଓ ସିଦ୍ଧାର୍ଥ ମାଲହୋତ୍ରା ବି ସାମିଲ୍‌ ଅଛନ୍ତି ।

କିଛି ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ବଲିଉଡର ପ୍ରଯୋଜକମାନଙ୍କୁ ଭେଟିଥିବାବେଳେ ସେମାନଙ୍କ ସହ ଫିଲ୍ମ ଉଦ୍ୟୋଗ ସହ ସମ୍ପର୍କିତ କେତେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ସାକ୍ଷାତକାର ପରେ ହିଁ ସରକାର ଫିଲ୍ମ ଟିକେଟ୍‌ ଉପରୁ ଜିଏସ୍‌ଟି କମାଇ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ 19 ଡିସେମ୍ବରରେ ବଲିଉଡ୍‌ ପ୍ରତିନିଧି ମଣ୍ଡଳୀ ସହ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ସୋସିଆଲ୍‌ ମିଡିଆରେ ଏକଥାକୁ ନେଇ ଚର୍ଚ୍ଚା ହୋଇଥିଲା ଯେ ପ୍ୟାନେଲ୍‌ରେ କୌଣସି ମହିଳା ନଥିଲେ । ଏହା ପରେ ପ୍ୟାନେଲ୍‌ରେ ଆଲିଆ ଭଟ ଓ ଭୂମିଙ୍କୁ ସାମିଲ୍‌ କରାଗଲା । ପ୍ୟାନେଲ୍‌ରେ କୌଣସି ମହିଳା ସାମିଲ୍‌ ନ ହେବା ନେଇ ଅଭିନେତା-ପ୍ରଯୋଜକ ଅଜୟ ଦେବଗନ, ଅକ୍ଷୟ କୁମାର, କରନ ଜୋହର, ସିଦ୍ଧାର୍ଥ ରାୟ କାପୁର, ରିତେଶ ସିଦ୍ଦୱାନୀ ଓ ଅନ୍ୟ କେତେଜଣ ସମାଲୋଚନା କରିଥିଲେ ।

Related Posts