ବିଚ୍ ରାସ୍ତାରେ ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଲୋକେ, ଆଉ ତାପରେ….

ପୋଲିସକୁ ବିଚ ରାସ୍ତାରେ ମାଡ ।  ବାଲେଶ୍ୱର ବାଲିଆପାଳ ଅଂଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ଉତ୍ୟକ୍ତ ଲୋକେ ପୋଲିସକୁ ଗୋଡାଇ ଗୋଡାଇ  ପିଟିଛନ୍ତି । ଏଥିରେ ବାଲିଆପାଳ ଥାନା ଆଇଆଇସି ଆହତ ହୋଇଛନ୍ତି ।  ପୋଲିସ ବାବୁ ଜଣକ ଲୋକଙ୍କ ଠାରୁ ରକ୍ଷା ପାଇବା ପାଇଁ ପ୍ରାଣ ବିକଳରେ ଦୌଡ଼ିଥିଲେ ମଧ୍ୟ ଲୋକେ ତାଙ୍କୁ ଛାଡ଼ିନଥିଲେ । ବର୍ଦ୍ଧିରେ ଥିଲେ ମଧ୍ୟ ପୋଲିସ ବାବୁଙ୍କ କଲର ଝିଙ୍କି ସମସ୍ତଙ୍କ ସାମ୍ନାରେ ମାଡ଼ ମାରିଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଇଡକୋ ଛକ ନିକଟରେ ଥିବା ଏକ ଢାବାରୁ ଜଣେ ନାବାଳକଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଉଲୁଡା ଗ୍ରାମ ବିଜୟ ଦଳାଇ । ସେ ପ୍ରାୟ ଦୁଇ ବର୍ଷରୁ ଏହି ଢାବାରେ କାମ କରି ଆସୁଥିଲେ । ତେବେ ଗତାକାଲି ରାତିରେ ଢାବାର ଅନ୍ୟ କର୍ମଚାରୀ ମାନେ ବିଜୟର ମୃତଦେହ ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ ।

ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିଥିବାରୁ ବାଲିଆପାଳ ଆଇଆଇସିଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ଉତ୍ତ୍ୟକ୍ତଲୋକ । ଗତକାଲି ରାତିରେ ଘଟଣା ଘଟିଥିବା ବେଳେ ପୋଲିସ ଆଜି ସକାଳୁ ପହଞ୍ଚି ଥିବାରୁ ଲୋକେ ତାତିଥିଲେ । ଢାବାରେ ଭଙ୍ଗାରୁଜା କରିବା ସହ ଉତ୍ତ୍ୟକ୍ତଲୋକ ନିଆଁ ଲଗାଇଦେଇଛନ୍ତି ।

Related Posts