ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କଲା ରାଜନୀତି, ଚର୍ଚ୍ଚାରେ ଉତ୍ତରପ୍ରଦେଶ ସରକାରରେ ଗୃହିଣୀରୁ ବିଧାୟକ ଓ ମନ୍ତ୍ରୀ ପଦ ପର୍ଯ୍ୟନ୍ତ ଯାତ୍ରା କରିଥିବା ଶ୍ୱାତି ସିଂହ

ପୁଣି ଚର୍ଚ୍ଚାରେ ଶ୍ୱାତି ସିଂହ । ଉତ୍ତରପ୍ରଦେଶ ସରକାରରେ ଗୃହିଣୀରୁ ବିଧାୟକ ଓ ମନ୍ତ୍ରୀ ପଦ ପର୍ଯ୍ୟନ୍ତ ଯାତ୍ରା କରିଥିବା ଶ୍ୱାତି ସିଂହଙ୍କ ପାରିବାରିକ ବିବାଦ କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ବଲିୟା ଆସନରୁ ବିଧାୟକ ହୋଇଥିବା ଦୟାଶଙ୍କର ସିଂହଙ୍କ ଠାରୁ ଛାଡପତ୍ର ପାଇଁ ପୁନର୍ବାର କୋର୍ଟରେ ଆବେଦନ କରିଛନ୍ତି ।

ସମୟ ବଦଳିବା ସହ ଆଜି ତାଙ୍କ ପାଇଁ ସବୁ କିଛି ଯେପରି ବଦଳି ଯାଇଛି । ସମୟ ଥିଲା ଯେତେବେଳେ ଦୟାଶଙ୍କର ତଥା ପରିବାର ପାଇଁ ରାଜନୀତିରେ ଢାଲ ହୋଇ ଛିଡା ହୋଇଥିଲେ ଶ୍ୱାତି । ହେଲେ ଏବେ ତାଙ୍କ ଠାରୁ ଛାଡପତ୍ର ଚାହୁଁଛନ୍ତି । ଏଥିପାଇଁ ଶ୍ୱାତି ୧୦ ବର୍ଷ ପୂର୍ବରୁ ପାରିବାରିକ ନ୍ୟାୟାଳୟରେ ଅପିଲ କରିଥିଲେ । ଏବେ ଏହି ମାମଲାକୁ ପୁଣିଥରେ ଆରମ୍ଭ କରିବାକୁ ଚାହୁଁଛନ୍ତି । ବିଧାୟକ ହେବା ପୂର୍ବରୁ ହିଁ ସ୍ୱାମୀ ଦୟାଶଙ୍କରଙ୍କ ସହ ତାଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

Related Posts