ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ: ୬୦ରୁ ଅଧିକ ଗୋରୁ ଉଦ୍ଧାର

ଜଳେଶ୍ୱର : ରାଜ୍ୟରେ ଏବେ ଗୋରୁ ଚୋରା ଚାଲାଣ ବଢୁଥିବା ବେଳେ, ଅନେକ ସମୟରେ ପୋଲିସ କୁ ସଫଳତା । ତେବେ ଏହାରି ମଧ୍ୟରେ ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ପୋଲିସ କୁ ବଡ଼ ସଫଳତା ମିଳିଛି । ଗୋରୁ ବୋଝେଇ ୧୦ଚକିଆ ଟ୍ରକ ଜବତ ହେବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି । ଟ୍ରକରୁ ୬୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଦେଇ ପ୍ରତେକ ଦିନ ଶହ ଗୋରୁ ଟ୍ରକ ମାଧ୍ୟମରେ ଓଡିଶାରୁ ପଶ୍ଚିମ ବେଙ୍ଗକୁ ଚୋରା ହେଉଥିବା ବେଳେ ରାଜଘାଟ ଠାରେ ପୋଲିସର ନାକା ପଏଣ୍ଟ ଥାଇ ମଧ୍ୟ ପୋଲିସ ରୋକ ଲଗାଇ ପାରୁନଥିବାର ଦେଖିବାକୁ ମିଳିଛି ।

ଆଜି ଭୋର ସମୟରେ ଏକ ୧୦ଚକିଆ ଟ୍ରକ ଯୋଗେ ୬୦ରୁ ଅଧିକ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ସୁବର୍ଣ୍ଣ ରେଖା ନଦୀ ରାଜଘାଟ ପୋଲ ନାକା ପଏଣ୍ଟ ଅନତି ଦୂରରେ ଗାଡିଟିର ଇଂଜିନ ଖରାପ ହୋଇ ଯାଇଥିଲା ।

ତେବେ ଖବର ପାଇ ନାକ ପଏଣ୍ଟ ପୋଲିସ ଆସି ଡ୍ରାଇଭରକୁ ଅଟକ ରଖି ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଂଚି ଡ୍ରାଇଭରକୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି ।

Related Posts