କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଲେ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦ , ବର୍ତ୍ତମାନ ସୁଦ୍ଧା ହଟିଲେଣି ୧୨ ମନ୍ତ୍ରୀ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ଆଉ କିଛି ସମୟ ପରେ କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣ ହେବାକୁ ଯାଉଛି। ୪୩ ଜଣ ନୂତନ ନେତା ଆଉ କିଛି ସମୟ ପରେ ଶପଥ ନେବେ। ଏହା ପୂର୍ବରୁ ୧୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏହି ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ହେଉଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର। ଏହି ଦୁଇଜଣ ମନ୍ତ୍ରୀ ମୋଦି କ୍ୟାବିନେଟରେ ଥିଲେ। ନିକଟରେ କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏହାକୁ ନେଇ ସୋଶାଲ ମିଡିଆ କମ୍ପାନୀ ଏବଂ ରବିଶଙ୍କରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଦନ, ଥାୱରଚାନ୍ଦ ଗେହଲୋଟ୍, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ , ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ, ସଞ୍ଜୟ ଧୋତ୍ରେ, ବାବୁଲ ସୁପ୍ରିଓ, ରାଓ ସାହେବ ଦାନଭେ ପାଟିଲ, ସଦାନନ୍ଦ ଗୌଡା, ରତନ ଲାଲ କାଟାରିଆ, ପ୍ରତାପ ଷଡ଼ଙ୍ଗୀ, ଅଶ୍ୱିନୀ ଚୌବେ ମଧ୍ୟ ଇସ୍ତଫା ଦେଇଥିଲେ। ସୂଚନାଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଆଜି ୪୩ ମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି କୁମାର ପାରସ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମିନାକ୍ଷୀ ଲେଖି, ଅଜୟ ଭଟ୍ଟ , ଅନୁରାଗ ଠାକୁର ଓଡ଼ିଶାର ଅଶ୍ୱିନୀ ବୈଷ୍ଣବ,ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ନାରାୟଣ ରାଣେ, ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, କିରେନ୍ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟା, ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୂପାଲା, ଜି. କିଶାନ ରେଡ୍ଡି, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ସତ୍ୟପାଲ୍ ସିଂହ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ , ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବିଏଲ୍ ଶର୍ମା, ଅଜୟ କୁମାର, ଚୌହାନ୍ ଦେବୁସିଂ, ଭଗୱନ୍ତ ଖୁବା, କପିଲ୍ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭଗବତ ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାୱାର, ଶାନ୍ତନୁ ଠାକୁର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ୍ ବାର୍ଲା, ଏଲ୍. ମୁରୁଗାନ୍, ନୀତୀଶ ପରମାଣିକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

Related Posts