ପରଲୋକରେ ପ୍ରଣବ

ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ତଥା ବରିଷ୍ଠ କଂଗ୍ରେସ୍ ନେତା ପ୍ରଣବ ମୁଖାର୍ଜି ଆଉ ନାହାନ୍ତି । ୮୪ବର୍ଷ ବୟସରେ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ବେଶ୍ କିଛିଦିନ ଧରି ଅସୁସ୍ଥ ଥିବା ପ୍ରଣବ ମୁଖାର୍ଜିଙ୍କର ସ୍ୱାସ୍ଥ୍ୟବସ୍ଥା ଗତକାଲି ଠାରୁ ବିଗିଡିବା ଆରମ୍ଭ କରିଥିଲା । ଦେଶର ୧୩ତମ ରାଷ୍ଟ୍ରପତି ଭାବରେ ପ୍ରଣବ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କିଛ ନିର୍ଦ୍ଦିଷ୍ଟ ନିଷ୍ପତି ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ । କଂଗ୍ରେସର ଏହି ବରିଷ୍ଠ ନେତା ଜୀବନର ଶେଷ ପର୍ଯ୍ୟନ୍ତ ରାଜନୈତିକ ମୂଲ୍ୟବୋଧ ସହ ସାଲିସ୍ କରିନଥିଲେ । ପ୍ରଣବଙ୍କ ମୃତ୍ୟୁରେ ଦେଶର  ବିଭିନ୍ନ ସ୍ଥାନରୁ ଶୋକର ବାର୍ତା ପହଂଚିବାରେ ଲାଗିଛି ।

Related Posts