କଂଗ୍ରେସର ଏମପାୱାଡ ଗ୍ରୁଫ୨୦୨୪ରେ ଯୋଗଦେବାକୁ ମନା କଲେ ପ୍ରଶାନ୍ତ କିଶୋର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଶାନ୍ତ କିଶୋରଙ୍କ ବିଷୟରେ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବେ ନାହିଁ। କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦ୍ରୋହୀ ଷ୍ଟାଣ୍ଡ ଗ୍ରହଣ କରିଥିବା ପଞ୍ଜାବ କଂଗ୍ରେସ ନେତା ସୁନୀଲ ଜାଖରଙ୍କୁ କଂଗ୍ରେସର ଅନୁଶାସନ କମିଟି ସୁପାରିଶ କରିଛି। ସୁରଜେୱାଲା ଟୁଇଟ୍ କରି କହିଛନ୍ତି, ପ୍ରଶାନ୍ତ କିଶୋରଙ୍କ ସହ କଥାବାର୍ତ୍ତା କରିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ଏମପାୱାଡ ଗ୍ରୁଫ୨୦୨୪ ଗଠନ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ସହିତ ତାଙ୍କୁ ଏହି ଗୋଷ୍ଠୀର ଅଂଶ ଭାବରେ ଦଳରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସେ ମନା କରିଦେଇଥିଲେ । କିନ୍ତୁ ଦଳକୁ ଦିଆଯାଇଥିବା ତାଙ୍କର ଉଦ୍ୟମ ଏବଂ ପରାମର୍ଶକୁ ଆମେ ପ୍ରଶଂସା କରୁଛୁ ବୋଲି ରଣଦୀପ ସୁରଜେୱାଲା କହିଛନ୍ତି । ସେପଟେ ଏଥର ଲାଗୁଥିଲା ଯେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବେ।

ଏଥିପାଇଁ ସେ ଦୁଇଥର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। କଂଗ୍ରେସକୁ ପୁନର୍ଜୀବିତ କରିବା ପାଇଁ ସେ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଏହି ପ୍ରସ୍ତାବ ସମ୍ପର୍କରେ ସୋନିଆ ଗାନ୍ଧୀ ମଧ୍ୟ ଦଳର ବରିଷ୍ଠ ନେତାଙ୍କ ସହ ଏକ ବୈଠକ କରିଥିଲେ । ପ୍ରଶାନ୍ତ କିଶୋର ମଧ୍ୟ ଏକ ଗୋଷ୍ଠୀ ଗଠନ କରିଥିଲେ ଯେଉଁଥିରେ ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପ୍ରଶାନ୍ତ କିଶୋର ଏହାକୁ ପ୍ରତ୍ୟାଖ୍ୟାନ କରିଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts