ତାଜମହଲ ପରିସରରେ ନମାଜ ପାଠ; ଗିରଫ ହେଲେ ୪ ପର୍ଯ୍ୟଟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଗ୍ରା ତାଜମହଲ ପରିସରରେ ଥିବା ମସଜିଦ୍‌ରେ ନମାଜ ପାଠ କରୁଥିବା ୪ ପର୍ୟ୍ୟଟକଙ୍କୁ ପୁଲିସ ଗିରଫ କରିଛି। ଗିରଫ ୪ ଯୁବକଙ୍କ ମଧ୍ୟରୁ ୩ ଜଣ ହାଇଦ୍ରାବାଦର ଓ ଜଣେ ଆଜମଗଡର ବୋଲି ଜଣାପଡିଛି। ଏହି ୪ ଜଣ ତାଜମହଲ ପରିସରରେ ଥିବା ମସଜିଦରେ ନମାଜ ପାଠ କରୁଥିଲେ। ସୂଚନା ମୁତାବକ, ବୁଧବାର ଦିନ ହାଇଦ୍ରାବାଦରୁ ୪ ଜଣ ଯୁବକ ଆଗ୍ରା ତଜମହଲ ବୁଲିବାକୁ ଆସିଥିଲେ। ଏହି ୪ ଜଣ ତାଜମହଲ ବୁଲିବା ପରେ ତା’ ପରିସରରେ ଥିବା ମସଜିଦ ପାଖରେ ପହଞ୍ଚିଥିଲେ।

ଏଠାରେ ପହଞ୍ଚିବା ପରେ ସେମାନେ ନମାଜ ପାଠ କରିବାକୁ ଲାଗିଥିଲେ। ଏନେଇ ତାଜମହଲ ସୁରକ୍ଷାରେ ଥିବା ସିଆଇଏସ୍‌ଏଫ ଯବାନଙ୍କୁ ସୂଚନା ମିଳିବା ପରେ ଉକ୍ତ ୪ ଜଣ ପର୍ୟ୍ୟଟକଙ୍କୁ ଧରି ସ୍ଥାନୀୟ ପୁଲିସ ଜିମା ଦିଆଯାଇଥିଲା। ପୁଲିସ ୪ ପର୍ୟ୍ୟଟକଙ୍କ ବିରୋଧରେ ଆଇପିସି ଧାରା ୧୫୩ ଅନୁଯାୟୀ ମାମଲା ରୁଜୁ କରି ଗିଫର କରିଥିଲା।

Related Posts