ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ, ଷ୍ଟ୍ରେଚରରେ ନଦୀପାର ହେଲେ ପ୍ରସୂତୀ

ସତ୍ୟପାଠ ବ୍ୟୁରୋ : ଗାଁକୁ ରାସ୍ତା ନାହିଁ ତେଣୁ ଆସିପାରିଲାନି ଆମ୍ବୁଲାନ୍ସ । ବାଧ୍ୟହୋଇ ଷ୍ଟ୍ରେଚରରେ ନଦୀ ପାର କରାଇ ଡାକ୍ତରଖାନା ନିଆଗଲା ପ୍ରସୂତୀଙ୍କୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚିତାରମା ଗାଁରେ । ନଦୀପାର କରି ତାଙ୍କୁ ସିନ୍ଦୂରଶିଳ ଅଣାଯିବା ପରେ ସେଠାରୁ ସ୍ୱାସ୍ଥ୍ୟବିଭାଗ ଗାଡିରେ ସିନାପାଲି ମେଡିକାଲ ଯାଇଥିଲେ ।

ଏ ଦୃଶ୍ୟ ବୟାନ କରୁଛି ସେ ସମୟ କେତେ କଠିନ ଓ ଦୁଃଖଦ ଥିଲା ସମସ୍ତଙ୍କ ପାଇଁ । ଢ଼ୁ ଢ଼ୁ ବର୍ଷାରେ ପୁଣି ଅଣ୍ଟାଏ ଉଚ୍ଚର ନଦୀ ପାଣି ଭିତରେ ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଆଣିବା କେତେ କଷ୍ଟଦାୟକ ତାହା ଅବୁଝା ରହୁନାହିଁ । ଅତି ସତର୍କତାର ସହ ଯେଉଁମାନେ ଷ୍ଟ୍ରେଚର ବୋହି ଆଣୁଛନ୍ତି, ଯଦି ପାଣି ଭିତରେ କାହାର ଜଣଙ୍କର ବି ଗୋଡ ଖସି ଥାଆନ୍ତା ବା କିଛି ଅସୁବିଧା ହୋଇଥାଆନ୍ତା ତେବେ ଉଭୟ ମା ଓ ପିଲାର ଜୀବନ ଯେ ଯାଇ ନଥାନ୍ତା ତାହା କିଏ କହିଥାନ୍ତା ? ଏଦୃଶ୍ୟ ଦେଖି ଲାଗୁଛି ଉପାନ୍ତ ଅଂଚଳ, ଖାସ କରି ଯେଉଁ ଗାଁକୁ ରାସ୍ତା ନାହିଁ ସେଠାରେ ଜଣେ ଗର୍ଭବତୀ ହେବା ଯେମିତି ଏକ ବଡ ବିପଦ ଏମାନଙ୍କ ପାଇଁ । ଆଉ ଯଦି ପ୍ରସବ ସମୟ ବର୍ଷାଦିନରେ ହୋଇଥାଏ ତେବେ କଥା ସରିଲା ।

କଥା ହେଉଛି, ଏମିତି କେତେଦିନ ଚାଲିବ ? ସତରେ କଣ ଏମାନଙ୍କ ଭାଗ୍ୟ ବଦଳିବନି ? ଏମାନେ କଣ କେବେ ଭଲ ରାସ୍ତାରେ ଯାଇପାରିବେ ନାହିଁ ? କଣ ଏମାନଙ୍କ ଦୁଃଖ ଦେଖବାକୁ ସତରେ କେହି ନାହାଁନ୍ତି ? ଏ ସ୍ଥିତି ପାଇଁ ଦାୟୀ କିଏ ?

Related Posts