“ବର୍ତ୍ତମାନର ସରକାର ଅଶୁଭ, ସେଥିପାଇଁ ଭାରତ ଠାରୁ ମ୍ୟାଚ୍ ହାରିଗଲା ପାକିସ୍ତାନ”: ପାକିସ୍ତାନର ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁବାଇରେ ରବିବାର ଖେଳା ଯାଇଥିବା ଏସିଆ କପ୍ ୨୦୨୨ ର ଦ୍ବିତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ଭାରତ ହରାଇଛି। ଦୁଇ ଦେଶର କ୍ରିକେଟ ପ୍ରଂଶସକ ମାନଙ୍କୁ ବହୁ ଦିନରୁ ଏହି ମ୍ୟାଚର ଅପେକ୍ଷା ରହିଥିଲା। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଦୁଇ ଦେଶର ଖେଳାଳି ସବୁବେଳେ ଚାପରେ ରହିଥାନ୍ତି। ଦୁଇ ପାରମ୍ପାରିକ୍ ପ୍ରତିଦ୍ବନ୍ଦୀଙ୍କର ଯେତେବେଳେ ମ୍ୟାଚ୍‌ ରହିଥାଏ ତାହା କୌଣସି ଯୁଦ୍ଧଠାରୁ ମଧ୍ୟ କମ୍ ନୁହେଁ ବୋଲି ଆକଳନ କରାଯାଏ। ତେବେ ଗତକାଲିର ମ୍ୟାଚ୍‌ର ଫଳାଫଳରେ ଭାରତର ଫ୍ୟାନ୍‌ ଖୁସି ହୋଇଯାଇଥିବା ବେଳେ ପାକିସ୍ତାନୀ ଫ୍ୟାନ୍‌ ମାନେ ଖୁବ୍ ଦୁଃଖୀ ହୋଇଯାଇଛନ୍ତି।

ତେବେ ଏହି ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ତହରିକ୍‌-ଇ-ଇନସାଫ୍(ପିଟିଆଇ)ର ନେତା ଓ ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫଓ୍ବାଦ ହୁସେନ ପାକିସ୍ତାନୀ ସରକାରଙ୍କୁ ଦାୟୀ କରିଛନ୍ତି। ଇମ୍ରାନ୍‌ ଖାନଙ୍କ ସରକାରରେ ମନ୍ତ୍ରୀ ଥିବା ଫଓ୍ବାଦ ହୁସେନ କହିଛନ୍ତି, ପାକିସ୍ତାନ ସରକାର ଅଶୁଭ ସେଥିପାଇଁ ପାକିସ୍ତାନ ମ୍ୟାଚ୍ ହାରିଗଲା।’ ଫଓ୍ବାଦ ହୁସେନ ଉର୍ଦ୍ଧୁରେ ଏକ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ଏହା ଟିମ୍‌ର ଭୁଲ ନୁହେଁ। ବର୍ତ୍ତମାନର ସରକାରଙ୍କ ହିଁ ଅଶୁଭ। ପୂର୍ବତନ ମନ୍ତ୍ରୀଙ୍କ ବୟାନ ସେହି ସମୟରେ ଆସିଛି, ଯେତେବେଳେ ପାକିସ୍ତାନ ଋଣ ବୋଝ ଭିତରେ ରହିଛି। ଯେଉଁଥିପାଇଁ ସରକାର ଙ୍କୁ ବାରମ୍ବାର ବିରୋଧୀ ମାନେ ଟାର୍ଗେଟ କରୁଛନ୍ତି।

Related Posts