ମୁମ୍ବାଇରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ଆଜି ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ମୁମ୍ବାଇରେ ଏହି ଦୁଇଟି ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଦୁଇଟି ମଧ୍ୟରୁ ଗୋଟିଏ ଟ୍ରେନ୍ ମୁମ୍ବାଇରୁ- ସୋଲାପୁର ଓ ଅନ୍ୟଟି ମୁମ୍ବାଇରୁ ଶ୍ରୀନଗର ଯାତ୍ରା କରିବ।

ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଉପସ୍ଥିତ ଥିଲେ। ଏହି ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ମିଶାଇଲେ ମୁମ୍ବାଇରେ ମୋଟ ୩ଟି ଟ୍ରେନ୍ ଚଳାଚଳ କରିଛି। ସେହିପରି ପୂରା ଦେଶରେ ମୋଟ ୧୦ଟି ଟ୍ରେନ୍‌ ଚଳାଚଳ କରୁଛି। ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇରୁ ଗୁଜରାତ ଗାନ୍ଧୀନଗରକୁ ଯାତ୍ରା କରିଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କହିଛନ୍ତି ଯେ ବନ୍ଦେ ଭାରତ ଟ୍ରେନ୍ ଆଜିର ଆଧୁନିକ ଭାରତର ଏକ ଚମତ୍କାର ଚିତ୍ର । ଆଜି ଦେଶର ୧୭ ଟି ରାଜ୍ୟର ୧୦୮ ଟି ଜିଲ୍ଲା ବନ୍ଦେ ଭାରତ ଟ୍ରେନ୍ ଚାଲୁଛି । ସିଏସଏମଟି-ସୋଲାପୁର ବନ୍ଦେ ଭାରତ ଟ୍ରେନ୍ ଏକ୍ସପ୍ରେସ ଟ୍ରେନର ଚଳାଚଳ ଦୁଇ ସହର ମଧ୍ୟରେ ସଂଯୋଗକୁ ସୁଦୃଢ କରିବ । ସିଦ୍ଧଶ୍ୱର, ଆକ୍କାଲକୋଟ, ସୋଲାପୁରର ତୁଲଜାପୁର, ସୋଲାପୁର ନିକଟସ୍ଥ ପଣ୍ଡରପୁର ଏବଂ ପୁଣେ ଜିଲ୍ଲାର ଆଲାଣ୍ଡି ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା ହେବ। ଅନ୍ୟପକ୍ଷରେ ନାଶିକ୍ ଜିଲ୍ଲାରେ ଅବସ୍ଥିତ ତୈମ୍ବାକେଶ୍ୱର, ସାଇନଗର ଶିରିଡି ଏବଂ ଶନି ସିଙ୍ଗନାପୁରକୁ ଯାଉଥିବା ଭକ୍ତମାନେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଦ୍ୱାରା ଉପକୃତ ହେବେ ବୋଲି ସେ କହିଛନ୍ତି।

Related Posts