ରାଜନୀତିରେ ପ୍ରବେଶ କଲେ ପ୍ରିୟଙ୍କା ଗାନ୍ଧୀ, ମିଳିଲା ଗୁରୁଦାୟିତ୍ୱ

ସତ୍ୟପାଠ ବ୍ୟୁରୋ : ସାଧାରଣ ନିର୍ବାଚନକୁ ବେଶ କମ ସମୟ ଥିବା ବେଳେ ମାଷ୍ଟରଷ୍ଟ୍ରୋକ୍ ଖେଳିଛି କଂଗ୍ରେସ । ଜାତୀୟ ରାଜନୀତିରେ ଦଳ ପ୍ରୋଜେକ୍ଟ କରିଛି ପ୍ରିୟଙ୍କା ଗାନ୍ଧୀଙ୍କୁୁ । ପ୍ରିୟଙ୍କାଙ୍କୁ ଦଳ ଉତ୍ତର ପ୍ରଦେଶର ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଥିବା ବେଳେ ଫେବୃଆରୀ ପ୍ରଥମ ସପ୍ତାହରୁ ସେ ଏହି ଦାୟିତ୍ୱ ସମ୍ଭାଳିବେ ।

ୟୁପିରେ ଏସପି – ବିଏସପି ମେଣ୍ଟ ନେଇ ଘୋଷଣା ହେଉଥିବା ବେଳେ ପ୍ରିୟଙ୍କାଙ୍କ ପଲିଟିକାଲ ଏଣ୍ଟ୍ରି କଂଗ୍ରେସ ପାଇଁ ଲାଭଦାୟକ ହୋଇପାରେ ବୋଲି ଦଳ ଚିନ୍ତା କରିଛି । ସେ ରାୟବରେଲିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।


ତେବେ ପଶ୍ଚିମ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ଭାବେ କଂଗ୍ରେସ ପାର୍ଟି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ନିଯୁକ୍ତି ଦିଆଯାଇଛି । କେସି ବେଣୁଗୋପାଳଙ୍କୁ କଂଗ୍ରେସ ସାଧାରଣ ସଚିବ (ସଂଗଠନ) ଭାବେ ନିଯୁକ୍ତି ଦିଆଯାଇଛି।ଗୁଲାମ ନବି ଆଜାଦଙ୍କୁ ହରିୟାଣାର ଏଆଇସିସି ସାଧାରଣ ସଚିବ ରୂପେ ନିଯୁକ୍ତି ମିଳିଛି।

Related Posts