ନିରଂଜନଙ୍କୁ ଟାର୍ଗେଟ, ଶ୍ରୀକାନ୍ତ କଲେ ପୁରୁଣା ପାଠର ଆଲୋଚନା

ସତ୍ୟପାଠ ବ୍ୟୁରୋ : ଶ୍ରୀକାନ୍ତଙ୍କ ଦମ୍ଭ ପାଉନି । କଥା ଟିକିଏ ବଦଳାଇଲେ । ପ୍ରଥମେ କହିଲେ ରାହୁଲଙ୍କ ମୁହଁରେ କଳା ବୋଳିବି । ଏବେ କହୁଛନ୍ତି, ପ୍ରଦେଶ କଂଗ୍ରେସ କମିଟି ପାଇଁ ରାହୁଲ କେଉଁଠି ମୁହଁ ଦେଖାଇ ପାରିବିନି । ଅର୍ଥାତ କେଉଁଠି ନା କେଉଁଠି ଶ୍ରୀକାନ୍ତ ଯେ ସେଦିନ ଯୋଶରେ ଆସି ରାହୁଲ ଗାନ୍ଧୀଙ୍କୁ ଏକ୍ସପୋଜ୍ କରିବା ପାଇଁ କହି ପକାଇଥିଲେ ଯାହା ଆଜି ସାମ୍ବାଦିକ ସମ୍ମିଳନୀ ବେଳେ କହୁ କହୁ କହି ପକାଇଛନ୍ତି ।

ପୁରୁଣା ପାଠର ଆଲୋଚନା କରିବାକୁ ଶ୍ରୀକାନ୍ତ ଜେନା ଆଜି ପୁଣି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ବାରମ୍ବାର କେବଳ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା । ୧୯୭୯ ମସିହାରେ ଓଡିଶା ହାଇକୋର୍ଟରେ ନିରଂଜନଙ୍କୁ ‘ହାବିଚ୍ୟୁଆଲ ବ୍ରାଇଭ୍ ଗିଭର୍’ ବୋଲି ଯେଉଁ କମେଣ୍ଟ କରାଯାଇଥିଲା ତାହାର କାଗଜପତ୍ର ଦେଖାଇଥିଲେ ଶ୍ରୀକାନ୍ତ । ପ୍ରତି କଥାରେ କେବଳ ନିରଂଜନଙ୍କ ଭଳି ଜଣେ ଲାଂଚଦାତାଙ୍କୁ ପିସିସି ସଭାପତି କାହିଁକି କରାଗଲା ଛଡା ଆଉ ସେଭଳି ବିଶେଷ କିଛି ତଥ୍ୟ ରଖି ନଥିଲେ ଶ୍ରୀଯୁକ୍ତ ଜେନା ।

ଆଜି ହଠାତ ସାମ୍ବାଦିକ ସମ୍ମିଳନୀ ଡାକିବା ପରେ ଆଶା କରାଯାଉଥିଲା ରାହୁଲଙ୍କ ଗସ୍ତ ପୂର୍ବରୁ ସତରେ କିଛି ବିସ୍ଫୋରଣ କରିବେ ଶ୍ରୀକାନ୍ତ । କିନ୍ତୁ ସେମିତି କିଛି ହେଲା ନାହିଁ ବରଂ କେବଳ ନିରଂଜନଙ୍କ ବାବଦରେ କାଗଜ ଦେଖାଇବା ଛଡା ଅଧିକ କିଛି କହିଲେ ନାହିଁ । ତେବେ ରାହୁଲଙ୍କୁ କିଛିି ପ୍ରଶ୍ନ ପଚାରିଛନ୍ତି ଶ୍ରୀଯୁକ୍ତ ଜେନା । ରାଜ୍ୟରେ ଦଳିତ , ଆଦିବାସୀ ଓ ପଛୁଆବର୍ଗଙ୍କୁ ନ୍ୟାୟ ଦିଆଯିବ କି ନାହିଁ ? ରାଜ୍ୟରେ ମଣ୍ଡଳ କମିଶନ ଲାଗୁ କରାଯିବ କି ନାହିଁ ? ରାଜ୍ୟରେ ଦଳିତ ଓ ଆଦିବାସୀଙ୍କ ଶିକ୍ଷା କ୍ଷେତ୍ରରେ ସରଂକ୍ଷଣ ୩୮.୫ ପ୍ରତିଶତ ହେବ କି ନାହିଁ ? ୨ଲକ୍ଷ କୋଟି ଟଙ୍କାର ଖଣି ଲୁଟ କରିଥିବା ଲୁଟେରା ମାନଙ୍କୁ ଗିରଫ କରାଯିବ କି ନାହିଁ ? ତାଙ୍କର ସମ୍ପତି ବ୍ୟାଜାପ୍ତି ହେବ କି ନାହିଁ କହିବେ ? ମୋର ସଭାପତି ଲାଂଚଦାତା ନୁହଁନ୍ତି ବୋଲି ସେ ଓଡିଶାବାସୀଙ୍କୁ କହିକି ଯିବେ କି ଆଦି ପ୍ରଶ୍ନ ପଚାରି ପୁଣି ଗଣମାଧ୍ୟମର ଶୀରୋନାମାରେ ରହିବାକୁ ଚେଷ୍ଟା କରିଛନ୍ତି ଶ୍ରୀକାନ୍ତ ।

ହେଲେ ଗୋଟିଏ କଥା ବୁଝିହେଲାନାହିଁ, ବହିଷ୍କୃତ ହେଉ ହେଉ ତୁରନ୍ତ ସାମ୍ବାଦିକ ସମ୍ମିଳନୀ କରି ରାହୁଲଙ୍କୁ ଏକଦମ କଡା ଭାଷାରେ ଭତ୍ସନା କରିବା ସହ ତାଙ୍କ ମୁହଁ କଳା କରିଦେବେ ବୋଲି ଶ୍ରୀକାନ୍ତ ଯେଉଁ ଧମକ ଦେଇଥିଲେ ସେନେଇ କିଛି ମୁହଁ ଖୋଲିଲେନି । ବରଂ ପିସିସିର କାର୍ଯ୍ୟ ପାଇଁ ରାହୁଲ ମୁହଁ ଦେଖାଇ ପାରିବେ ନାହିଁ କହି ବାଆଁରେଇଛନ୍ତି ଶ୍ରୀଯୁକ୍ତ ଜେନା । ଏଥିରୁ ଗୋଟିଏ କଥା ତ ସ୍ପଷ୍ଟ ହୋଇଛି, ରାହୁଲଙ୍କ ସମ୍ପର୍କରେ ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନାହିଁ ଶ୍ରୀକାନ୍ତଙ୍କ ପାଖରେ । ଖାଲି ଯାହା ରାଗରୋଷରେ ସେଦିନ ଅଧିକ କିଛି କହି ପକାଇଥିଲେ ସେ । ତେବେ ୨୫ରେ ଆଉ କିଛି ଦସ୍ତାବିଜ୍ ଖୋଲୁଛନ୍ତି କି ଆଜି ଭଳି ସେଦିନ ବି ପୁରୁଣା ପାଠର ଆଲୋଚନା କରୁଛନ୍ତି ସେଦିନ ହିଁ ଜଣାପଡିବ ।

Related Posts