ୟୁ ପି ପୋଲିସ ଅଟକ ରଖିବା ପରେ ଝାଡୁଧରି କୋଠରୀ ସଫା କଲେ ପ୍ରିୟଙ୍କା ଗାନ୍ଧୀ, ଫୋଟୋ ଭାଇରାଲ

କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ର। ଗୋଟିଏ କୋଠରୀକୁ ୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁଝାଡ଼ୁ ମାରି ସଫା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାନୁସାରେ, ଭିଡିଓଟି ସେହି ପ୍ରକୋଷ୍ଠର ଯେଉଁଠାରେ ପ୍ରିୟଙ୍କାଙ୍କୁ ସୋମବାର ସକାଳେ ସୀତାପୁର PAC ମୁଖ୍ୟାଳୟରେ ଅଟକ ରଖାଯାଇଛି। ଯେଉଁ କୋଠରୀ ରେ ପ୍ରିୟଙ୍କା ଙ୍କୁ ଅଟକ ପରେ ରଖାଯାଇଥିଲା ସେଇଟି ବୋଧହୁଏ ମଇଳା ଥିଲା ଯାହାକୁ ପ୍ରିୟଙ୍କା ଗୋଟିଏ ଝାଡୁ ମାଗି ନିଜେ ସଫା କରିଥିଲେ |

ଏ ଘଟଣା କୁ ନେଇ କଂଗ୍ରେସ କର୍ମୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପାର୍ଟି ର ଜଣେ ବରିଷ୍ଠ ନେତାଙ୍କୁ ପରିଷ୍କାର କୋଠରୀ ନ ଦେଇଥିବାରୁ ପୋଲିସ ଅଧିକାରୀଙ୍କୁ ନିନ୍ଦା କରିଛନ୍ତି।

ସ୍ଥାନୀୟ କଂଗ୍ରେସ ନେତା କହିଛନ୍ତି, “ଏହା କ’ଣ ସେମାନଙ୍କର ସ୍ଵଚ୍ଛ ଭାରତ? ଏହା ଆମର ନେତା ଯିଏ କି କୌଣସି ବିବାଦ ନ କରି କୋଠରୀ କୁ ସଫା କରୁଛନ୍ତି।”

Related Posts