୨୫ ଲକ୍ଷ ଡଲାରରେ ବିକ୍ରି ହେବ ପ୍ରିୟଙ୍କା- ନିକ୍‌ଙ୍କ ବିବାହ ଫଟୋ!

ସାରା ବିଶ୍ୱର ମନୋରଞ୍ଜନ ଜଗତରେ ବଲିଉଡ୍ ସୁପରଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କର ବୟଫ୍ରେଣ୍ଡ ନିକ୍ ଜୋନସ୍ ଏବେ ହଟେଷ୍ଟ କପଲ । ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି । ପ୍ରିୟଙ୍କାଙ୍କ ୱେଡିଂ ସାୱାର ଓ ବ୍ୟାଚଲର ପାର୍ଟିର ଫଟୋ ପୂର୍ବରୁ ଭାଇରାଲ୍ ହୋଇସାରିଛି ସୋସିଆଲ ମିଡିଆରେ । କୁହାଯାଉଛି ଡିସେମ୍ବରରେ ଏମାନେ ଯୋଧପୁରରେ ବାହା ହେବାକୁ ଯାଉଛନ୍ତି । ସେମାନଙ୍କ ବାହାଘରର ଫଟୋ ଏକ ଅର୍ନ୍ତଜାତୀୟ ସ୍ତରର ପ୍ରସିଦ୍ଧ ପତ୍ରିକାରେ ପ୍ରକାଶିତ ହେବ ବୋଲି ଶୁଣିବାକୁ ମିଳୁଛି । ଏଥିପାଇଁ ସେମାନଙ୍କୁ ମିଳିବ ଖୁବ୍ ମୋଟା ଅଙ୍କର ଟଙ୍କା । ପତ୍ରିକାଟି ୨୫ ଲକ୍ଷ ଡଲାର ଦେଇ ଏଥିପାଇଁ ଚୁକ୍ତି କରିଥିବାର ରିପୋର୍ଟ ଆସିଛି । ତେବେ ପତ୍ରିକାର ନାମ ସଂପର୍କରେ କିଛି ତଥ୍ୟ ଜଣାପଡ଼ିନାହିଁ ।

Related Posts