ପଟିଆଲାରେ ଶୋଭାଯାତ୍ରା ବେଳେ ଖଲିସ୍ଥାନ ସମର୍ଥକ ଓ ଶିବସେନା କର୍ମୀ ମୁହାଁମୁହିଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ପଟିଆଲାରେ ଶୋଭାଯାତ୍ରା ବେଳେ ଖଲିସ୍ଥାନ ସମର୍ଥକ ଓ ଶିବସେନା କର୍ମୀ ମୁହାଁମୁହିଁ । ତେବେ ପଟିଆଲାରେ ଶୁକ୍ରବାର ଶିବସେନା କାର‌୍ୟ୍ୟକର୍ତ୍ତା ଖଲିସ୍ଥାନ ବିରୋଧି ଶୋଭାଯାତ୍ରା ଆରମ୍ଭ କରିଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ଶିଖ୍ ସଙ୍ଗଠନ ଓ ହିନ୍ଦୁ କାର‌୍ୟ୍ୟକର୍ତ୍ତା ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟ ପକ୍ଷ ପରସ୍ପରକୁ ଖଣ୍ଡା ଦେଖାଇ ଭୟଭୀତ କରାଇଥିଲେ ।

ଶିବସେନା ନେତା ହରିଶ ସିଙ୍ଗଲା କହିଛନ୍ତି ଯେ, ଶିବସେନା କେବେବି ପଞ୍ଜାବରେ ଖଲିସ୍ଥାନ ହେବାକୁ ଦେବ ନାହିଁ । ଖଲିସ୍ଥାନର ନାଁ ଯେଉଁମାନେ ନେଉଛନ୍ତି ସେମାନଙ୍କୁ ବିରୋଧ କରାଯିବ । କୁହାଯାଉଛି ଯେ, ଶିବସେନା ଗୋଟିଏ ଦିନ ପୂର୍ବରୁ ଖଲିସ୍ଥାନ ବିରୋଧରେ ଶୋଭାଯାତ୍ରା ବାହାର କରିବ ବୋଲି ଘୋଷଣା କରିଥିଲା । ତେଣୁ ପୋଲିସ ପୂର୍ବରୁ ସତର୍କ ରହିଥିା । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ ବ୍ୟାରିକେଡ୍ ମଧ୍ୟ କରିଥିଲା । ଉଭୟ ପକ୍ଷ ମୁହାଁମୁହିଁ ହେଲା ପରେ ପୋଲିସ ବାଧ୍ୟ ହୋଇ ବଳପ୍ରୟୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

Related Posts