ମୃତ ମହିଳାଙ୍କୁ ନ୍ୟାୟ ଦାବିରେ କେନ୍ଦ୍ରାପଡ଼ାରେ ଆନ୍ଦୋଳନ

କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିସୁଆଁ ଗ୍ରାମରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ଭାରତୀ ସ୍ଵାଇଁଙ୍କୁ ନ୍ୟାୟ ଦାବିରେ ଜିଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସର୍ବ ଭାରତୀୟ ମହିଳା ସାଂସ୍କୃତିକ ସଂଗଠନର ଶତାଧିକ କର୍ମକର୍ତ୍ତା ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ ଅଫିସ୍‌ ଆଗରେ ପହଞ୍ଚିଥିଲେ । ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଭାରତୀଙ୍କ ଅନ୍ୟତମ ନଣନ୍ଦକୁ ତୁରନ୍ତ ଗିରଫ୍ କରିବା, ମୃତ ଭାରତୀଙ୍କ ଶିଶୁ କନ୍ୟାର ଭରଣପୋଷଣ ବ୍ୟବସ୍ଥା କରିବା, ସ୍ଵାମୀ ଓ ଶ୍ୱଶୁର ଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା ।

ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର୍ କରାଯିବ ବୋଲି ସର୍ବ ଭାରତୀୟ ମହିଳା ସାଂସ୍କୃତିକ ସଂଗଠନର ରାଜ୍ୟ ସଂପାଦିକା ସ୍ଵଂୟପ୍ରଭା ନାୟକ କହିଛନ୍ତି ।

Related Posts