ପଞ୍ଜାବର ଆମ ଆଦମୀ ପାର୍ଟି ନେତା ଭଗବନ୍ତ ମାନଙ୍କ ବୟାନ: ମିଳିବ ବହୁମତ, ସରକାର ଗଢ଼ିବ ଆମ ଆଦମୀ ପାର୍ଟି

ଆଜି ଆସିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ଏନେଇ ଆରମ୍ଭ ହୋଇଯାଇଛି ଭୋଟ ଗଣତି | ଉତରପ୍ରଦେଶ, ପଞ୍ଜାବ, ଉତରାଖଣ୍ଡ, ଗୋଆ, ମଣିପୁରରେ କାହାକୁ ମିଳିବ ଜନାଦେଶ, କେଉଡଁ ଦଳ ଗଠନ କରିବ ସରକାର ସେନେଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ |

ତେବେ ଏହାରି ମଧ୍ୟରେ ଦମଭକ୍ତି ଦେଖାଇଛନ୍ତି ପଞ୍ଜାବର ଆମ ଆଦମୀ ପାର୍ଟି ନେତା ଭଗବନ୍ତ ମାନଙ୍କ ବୟାନ । ସେ କହିଛନ୍ତି, ପଞ୍ଜବରେ ଭଲ ରେଜଲ୍ଟ କରିବ ଆମ ଆଦମୀ ପାର୍ଟି । ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ପାଇ ସରକାର ଗଢିବ । ଲୋକଙ୍କ ସମର୍ଥନ ରହିଛି । ଏଠାରେ ଆମର ବିଜୟ ନିଶ୍ଚିତ । ଏହାପୂର୍ବରୁ ଏକଜିଟ୍ ପୋଲର ରିପୋର୍ଟ ସାମ୍ନାକୁ ଆସିଥିଲା, ଏକଜିଟ୍ ପୋଲର ରିପୋର୍ଟ ଅନୁସାରେ, ପଞ୍ଜାବରେ ସରକାର ଗଢିବ ଆମ ଆଦମୀ ପାର୍ଟି । ଯଦି ଏହା ସତ ହୁଏ ତେବେ ପ୍ରଥମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଦିଲ୍ଲୀର ସୀମା ଡେଇଁ ପଞ୍ଜାବରେ ସରକାର ଗଢିବ ।

ଅନ୍ୟପଟେ ଏବେ ସୁଦ୍ଧା ପଂଜାବରେ ଆପର ଦବଦବା ଦେଖିବାକୁ ମିଳୁଛି । ଆପ୍ ୩୯ଟି ଆସନରେ ଆଗୁଆ ଥିବାବେଳେ ବିଜେପିକୁ ମିଳିଛି ୨୧ଟି ଆସନ । ହେଲେ କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିପାରିଛି ।

Related Posts