ପୁରୀକୁ ମିଳିଲା ସ୍ବଚ୍ଛତା ଦର୍ପଣ ପୁରସ୍କାର

ପ୍ଲାଷ୍ଟିକ ବର୍ଯ୍ୟବସ୍ତୁର ଉପଯୁକ୍ତ ପରିଚାଳନା ପାଇଁ ପୁରୀ ପୌରପାଳିକାକୁ କେନ୍ଦ୍ର ପାନୀୟ ଜଳ ପରିମଳ ଏବଂ ଜଳଶକ୍ତି ବିଭାଗ ପକ୍ଷରୁ ସ୍ବଚ୍ଛତା ଦର୍ପଣ ପୁରସ୍କାର-୨୦୧୯ ମିଳିଛି । ପ୍ଲାଷ୍ଟିକ ବ୍ୟବହାର ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ସହ ଏହାର ଭୟାବହତା ସମ୍ପର୍କରେ ସଚେତନତା ପରି କାର୍ଯ୍ୟକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦିଲ୍ଲୀ ଠାରେ ଅନୁଷ୍ଠିତ ବାହ୍ୟ ମଳମୁକ୍ତ ସମ୍ପର୍କିତ କର୍ମଶାଳାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।ବଲିଉଡ ଅଭିନେତା ଅମିର ଖାଁଙ୍କ ଠାରୁ ଏହି ପୁରସ୍କାର ପୁରୀ ପୌରପାଳିକାର ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇ ଗ୍ରହଣ କରିଛନ୍ତି ।

Related Posts