ପୁରୀ ପୋଲିସର ବର୍ବରତା: ଖବର ସଂଗ୍ରହବେଳେ ଧରିତ୍ରୀର ଜିଲ୍ଲା ପ୍ରତିନିଧିଙ୍କୁ ଆକ୍ରମଣ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : ପୁରୀ ପୋଲିସର ବର୍ବରତା ସୀମା ପାର କରିଛି । କାର୍ଯ୍ୟରତ ଧରିତ୍ରୀର ଜିଲ୍ଲା ପ୍ରତିନିଧି ଦତ୍ତତ୍ରୟ ନାୟକଙ୍କୁ ମାଡ ମାରିବା ସହ ଧକ୍କା ମାରି ପୁଲିସ ଭ୍ୟାନରେ ବସାଇଥିଲା । ଏ ଘଟଣାଟି ଖୋଦ କୁମ୍ଭାରପଡା ଥାନା ଅଧିକାରୀ ଓ ସିଟି ଡିଏସପିଙ୍କ ଉପସ୍ଥିତିରେ ଘଟିଛି ।  ସୂଚନା ମୁତାବକ , ଆଜି ସକାଳେ ପୁରୀ ସହରର ବଡଶଙ୍ଖ ନିକଟରେ କିଛି ଦୋକାନୀ ପନିପରିବା ବିକ୍ରି କରିବାକୁ ବସିଥିବା ବେଳେ ପୁଲିସ ସେମାନଙ୍କୁ ସେଠାରୁ ଉଠାଇଥିଲା । ଏହାକୁ ନେଇ ପୁଲିସ ସହ ଉଠା ଦୋକାନୀ  ଯୁକ୍ତି ତର୍କ କରିଥିଲେ । ଉଠା ବ୍ୟବସାୟୀଙ୍କୁ ପୁଲିସ ମାଡ ମାରିଥିବାର ଅଭିଯୋଗ କରିଛନ୍ତି ଦୋକାନୀ । ପୁଲିସ ମାଡରେ ଜଣେ  ଫଳ ବ୍ୟବସାୟୀ ଗୁରୁତର ଆହତ ହୋଇ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଏବାବଦ ଖବର ସଂଗ୍ରହ ବେଳେ ସାମ୍ବାଦିକ ଶ୍ରୀ ନାୟକଙ୍କୁ ପୋଲିସ ଆକ୍ରମଣ କରିଥିଲା । ଏପରିକି ସେ ଧରିତ୍ରୀର ଜିଲ୍ଲା ପ୍ରତିନିଧି ବୋଲି ପରିଚୟ ଦେବାପରେବି ଶୁଣିନଥିଲେ ।  ଘଟଣାକୁ ନେଇ ଶ୍ରୀ ନାୟକ ପ୍ରତିବାଦ କରିବା ସହିତ ବଡଶଙ୍ଖ ବଡଦାଣ୍ଡରେ ଧାରଣା ଦେଇଥିଲେ । ଖୋଦ କୁମ୍ଭାରପଡା ଥାନା ଅଧିକାରୀ ଓ ସିଟି ଡିଏସପି ଆକ୍ରମଣକୁ ବେଶ କିଛି ସମୟ ଉପଭୋଗ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ସାମ୍ବାଦିକ ଶ୍ରୀ ନାୟକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ଏଭଳି କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯାଇଛି ।

Related Posts