ଦୁର୍ଦ୍ଦାନ୍ତ ଅପରାଧୀ ଜିତୁର ଏନ୍‌କାଉଣ୍ଟର

ପୁରୀରେ ପୁଣି ଏକ ଏନକାଉଣ୍ଟର । ପୁରୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ସକାଳ ୫ଟାରେ ପିପିଲି ନିକଟ ବାରିମୂଳରେ କୁମ୍ଭାରପଡ଼ା ଥାନା ପୋଲିସ ଏନକାଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସାହୁ ଓରଫ ଜିତୁ ଆହତ ହୋଇଛି । ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଜିତୁକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁରୀ ସହ ବିଭିନ୍ନ ଥାନାରେ ଜିତୁ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ପୋଲିସ ଜିତୁ ନିକଟରୁ ଗୋଟିଏ ବାଇକ୍‌, ବୁନ୍ଧୁକ ଓ ଅଫୁଟା ଗୁଳି ଜବତ କରିଛି । ଜିତୁ ଥିଲା ପାରା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ମୁନ୍ନାର ସହଯୋଗୀ ।

ଗତ ଡିସେମ୍ବର ୨୫ରେ ପାରାକୁ ଗୁଳି କରି ହତ୍ୟା କରିଥିଲା ମୁନ୍ନା । ଦୁଇଦିନ ତଳେ ମୁନ୍ନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ପୁରୀ ପୋଲିସ ଦ୍ୱାରା ଗଠିତ ୨ଟି ଟିମ୍‌ ଦୁହିଁଙ୍କୁ ଧରିବାକୁ ଉଦ୍ୟମ କରୁଥିଲେ । ସକାଳୁ ଜିତୁକୁ ଏନକାଉଣ୍ଟର କରିବାରେ ପୋଲିସ୍‌କୁ ସଫଳତା ମିଳିଛି ।

Related Posts