ଆସୁଛି ମହା ଇଲେକ୍‌ଟ୍ରିକ୍‌ କାର୍‌, ଥରେ ଚାର୍ଜରେ ଚାଲିବ ୮୦୦ କିମି

ବିଜ୍ଞାନ କ୍ଷେତ୍ରରେ ପୁଣି ଏକ ଚମତ୍କାର । ଏକ ଏମିତି ଇଲେକ୍ଟ୍ରିକ୍‌ କାର୍‌ର ଉଦ୍ଭାବନ କରାଯିବା କଥା କୁହାଯାଉଛି ଯାହା ମାତ୍ର ଗୋଟିଏ ଥର ଚାର୍ଜ କଲେ 800 କିଲୋମିଟର ଯାଏଁ ଚାଲିବ । ବିଶ୍ବାସ ନ ହେଲେ ବି ଏମିତି କାରନାମାକୁ ସଫଳ ରୂପ ଦେଇଛନ୍ତି ଆମେରିକାର ଇଲିନୋଇସ ବିଶ୍ବ ବିଦ୍ୟାଳୟରର ଗବେଷକମାନେ ।

ତୈଳ ଦର ବୃଦ୍ଧି ଏବେ କେବଳ ଭାରତ ନୁହେଁ ସାରା ବିଶ୍ବ ପାଇଁ ଚିନ୍ତାର କାରଣ । ଏମିତି ବି ତୈଳ ଅସରନ୍ତି ଭଣ୍ଡାର ନୁହେଁ । ତା ଛଡ଼ା
ବାୟୁ ପ୍ରଦୂଷଣ ମଧ୍ୟ ସାରା ବିଶ୍ବ ପାଇଁ ସମସ୍ୟା । ଏହାକୁ ଦୃଷ୍ଟିରେ ରଖି ଏବେ ପ୍ରଦୂଷଣ ବିହୀନ ଯାନ ବାହନର ବିକଳ୍ପର ସନ୍ଧାନ ଚାଲିଛି ।

ଏ ଦିଗରେ ନୂଆ ଆଶା ସୃଷ୍ଟି କରିଛି ବୈଦ୍ୟୁତିକ ବାହନ । ଆମେରିକାର ୱାଶିଂଟନ୍‌ ସିଟିରେ ଅନୁଷ୍ଠିତ ଅଟୋ ଏକ୍ସପୋରେ ଏକ ଏମିତି ବିଭିନ୍ନ ପ୍ରକାରର ବୈଦ୍ୟୁତିକ ବାହନର ପ୍ରଦର୍ଶନ କରାଯାଇଥିଲା । ଏଥିରେ ଇଲେକଟ୍ରିକ ବାଇକ୍‌, କାର୍‌ ବ୍ୟତୀତ ବିଦ୍ୟୁତ୍‌ରେ ପରିଚାଳିତ ହେଉଥିବା ବସ୍‌ ମଧ୍ୟ ଦେଖାଯାଇଥିଲା ।

କିନ୍ତୁ ଚର୍ଚ୍ଚାର ବିଷୟ ପାଲଟିଲା ଏକ ଏମିତି କାର୍‌ ଯାହାକୁ ମାତ୍ର ଥରଟିଏ ଚାର୍ଜ କଲେ 800 କିଲୋମିଟର ଯାଏଁ ଚାଲିବ । କିଛି ଦିନ ତଳେ ହୁଣ୍ଡାଇର ଇକେକ୍‌ଟ୍ରିକ୍‌ କାର୍‌ କୋନା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ଆସିଥିଲା । ଏହି କାର୍‌ ଥରଟିଏ ଚାର୍ଜ ହେଲେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା ।

ଇଲେକଟ୍ରିକ୍‌ ବାହନ ଥରେ ଚାର୍ଜ କରିବା ପରେ ବହୁଦୂର ପର୍ଯ୍ୟନ୍ତ ଚାଲୁ ନଥିବା ସମସ୍ୟାକୁ ଏବେ ବୈଜ୍ଞାନିକମାନେ ସମାଧାନ କରିଥିବା ଦାବି କରୁଛନ୍ତି । ଏକ ଏମିତି ବ୍ୟାଟେରୀ ପ୍ରସ୍ତୁତ କରୁଛନ୍ତି, ଯାହା ଗୋଟିଏ ଥର ଚାର୍ଜ କଲେ କାର୍‌ ୮୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ ।

ଆମେରିକାର ଇଲିନୋଇସ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ ଲିଥିୟମ-ଏୟାର ବ୍ୟାଟେରୀ ଏବେ ବ୍ୟବହୃତ ହେଉଥିବା ଲିଥିୟମ-ଆୟନ ବ୍ୟାଟେରୀ ତୁଳନାରେ ୧୦ ଗୁଣରୁ ଅଧିକ ଶକ୍ତି ସଂରକ୍ଷଣ କରିପାରିବ । ଲିଥିୟମ ଏୟାର ବ୍ୟାଟେରୀ ପ୍ରଭାବଶାଳୀ । ମାତ୍ର ଏହାକୁ ବିକାଶିତ କରିବା ପାଇଁ ପ୍ରାଥମିକ ପ୍ରକ୍ରିୟା ଚାଲିଛି ।

Related Posts