ଦିଲ୍ଲୀ-ଏନ୍‌ସିଆରରେ ଭୂକମ୍ପ ଝଟକା; ରେକ୍ଟର ସ୍କେଲରେ ତୀବ୍ରତା ୬.୩

ନୂଆ ଦିଲ୍ଲୀ: ଦିଲ୍ଲୀ ଏବଂ ନ୍ୟାସନାଲ କ୍ୟାପିଟାଲ ରିଜିୟନରେ ଭୂମି କମ୍ପ ଝଟକା। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ଆଫଗାନିସ୍ତାନର ହିନ୍ଦୁକୁଶ ପାର୍ବତ୍ୟ ଅଞ୍ଚଳରେ ଭୂକମ୍ପର ଉତ୍ପତିସ୍ଥଳ ଥିବା ଅନୁମାନ କରଯାଉଛି। ଭୂ-ପୃଷ୍ଠରୁ ୨ଶହ କିଲୋମିଟର ତଳେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ଅନୁଭୂତ ହୋଇଛି। ଦିଲ୍ଲୀରେ ଜୋର ଝଟକା ସହ ପଞ୍ଜାବ, ହରିୟାଣା ଓ କାଶ୍ମୀରରେ ମଧ୍ୟ ଲୋକେ କମ୍ପନ ଅନୁଭବ କରିଛନ୍ତି।

Related Posts