ରୁଚିକା ଆତ୍ମହତ୍ୟା ଘଟଣା, ହାତରେ ହଲିକ୍ସ, ସେଓ, କଦଳୀ ଧରି ଅଭିନବ ଉପାୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ । ଅଭିନବ ଉପାୟରେ ହାତରେ ହଲିକ୍ସ, ସେଓ କଦଳୀ ଧରି ଛାତ୍ର କଂଗ୍ରେସ ପ୍ରତିବାଦ କରିଛି। ଛାତ୍ର କଂଗ୍ରେସର କର୍ମୀ ମାନେ କହିଛନ୍ତି, ଉଚ୍ଚଶିକ୍ଷା ମନ୍ତ୍ରୀ ଅସୁସ୍ଥ ଅଛନ୍ତି। ଆମ ପାଖରୁ ଫଳମୂଳ ନେଇ ଖାଇ ଜଲଦି ସୁସ୍ଥ ହୁଅନ୍ତୁ ଓ ରାଜ୍ୟର ଛାତ୍ର ଛାତ୍ରୀ ଙ୍କୁ ନ୍ୟାୟ ଦିଅନ୍ତୁ। ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ସଠିକ୍ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର କଂଗ୍ରେସ। ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶ୍ନ ପତ୍ର ଲିକ ଘଟଣା କୁ ମଧ୍ୟ ନିନ୍ଦା କରି ବିରୋଧ କରାଯାଇଛି। ଏହା ସହ ରାଜ୍ୟରେ ରାଗିଂ ଫ୍ରି କ୍ୟାମ୍ପସ ଗଠନ ପାଇଁ ଦାବି କରାଯାଇଛି ।

Related Posts