ଫୋକସ୍‌ ଓଡ଼ିଶା, ପୁଣି ଆସୁଛନ୍ତି ରାହୁଲ ଗାନ୍ଧି ଓ ଅମିତ୍ ଶାହା

2019ର ମହାଲଢ଼େଇ ପାଇଁ ଓଡ଼ିଶା ପାଲଟିଛି ବଡ଼ ରଣକ୍ଷେତ୍ର । ଜାତୀୟ ଦଳଙ୍କ ଫୋକସ୍‌ ଏଥର ଓଡ଼ିଶା ଉପରେ । ଏଥିପାଇଁ କେନ୍ଦ୍ରୀୟ ଶୀର୍ଷ ନେତୃବର୍ଗ ଘନ ଘନ ରାଜ୍ୟକୁ ଗସ୍ତ କରୁଛନ୍ତି । ଦିନ କେଇଟା ତଳେ ଓଡ଼ିଶା ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୬ ତାରିଖରେ ପଶ୍ଚିମ ଏବଂ ଉତ୍ତର ଓଡ଼ିଶା ଗସ୍ତରେ ଆସିବେ ।

ରାହୁଲ ଦୁଇଟି ସ୍ଥାନରେ ୨ଟି ଜନସଭାକୁ ସମ୍ବୋଧିତ କରିବେ । କଳାହାଣ୍ଡିର ଭବାନୀପାଟଣାରେ ଦିନ ୧୧ଟା ଓ ରାଉରକେଲାରେ ଦିନ ୨ଟାରେ ରହିଛି ରାହୁଲଙ୍କ କାର୍ଯ୍ୟକ୍ରମ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଗତ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସି, ଭୁବନେଶ୍ୱର ତମାଣ୍ଡୋରେ ଏକ ଜନସଭାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ।

ସେହିପରି ଦିନକ ତଳେ ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ଆସନ୍ତା ୩ ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ । ପୁରୀରେ ହେବାକୁ ଥିବା ‘ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ’ର ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ଶାହା । ଏହାସହିତ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Related Posts