ରାହୁଲ୍‌ ଗାନ୍ଧୀ ଜଣେ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ : ଗୁଲାମ୍‌ ନବୀ ଆଜାଦ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ୍‌ ଗାନ୍ଧୀ ଜଣେ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ସେତେଟା ନାହିଁ। ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ମନ୍ତବ୍ୟ ଦେଇଛନ୍ତି ଗତ ସପ୍ତାହରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ । ଆଜାଦ୍ ଆହୁରି କହିଛନ୍ତି ଯେ, ସତ କହିବାକୁ ଗଲେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷା ଥିବା ବେଳେ ବରିଷ୍ଠ ନେତାମାନଙ୍କର ପରାମର୍ଶ ନେଉଥିଲେ। ସେମାନଙ୍କ ସୁପାରିସ ଗ୍ରହଣ କରିବା ସହ ସେ ସେମାନଙ୍କ ପରାମର୍ଶ କୁ କାର୍ଯ୍ୟକାରୀ କରୁଥିଲେ। ସେ ମତେ ମଧ୍ୟ ୮ଟି ରାଜ୍ୟର ଦାୟିତ୍ବ ଦେଇଥିଲେ। ସେଥିରୁ ମୁଁ ୭ଟି ରେ କଂଗ୍ରେସ କୁ ବିଜୟୀ କରାଇଥିଲି। ମୋ କାମରେ ସେ କେବେ ହସ୍ତକ୍ଷେପ କରି ନ ଥିଲେ। କିନ୍ତୁ, ରାହୁଲ୍‌ ଗାନ୍ଧୀ ଆସିବା ପରେ ୨୦୦୪ଠାରୁ ସୋନିଆ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲେ। ରାହୁଲ୍‌ ଗାନ୍ଧୀ ଜଣେ ଭଲ ଲୋକ କିନ୍ତୁ, ରାଜନୀତି ପାଇଁ ରାହୁଲ୍‌ଙ୍କର ସ୍ବଭାବଗତ ଦକ୍ଷତା ନ ଥିଲା। ତେଣୁ, ସମସ୍ତେ ରାହୁଲ୍‌ଙ୍କୁ ସହଯୋଗ କରନ୍ତୁ ବୋଲି ସୋନିଆ ଚାହୁଁଥିଲେ ବୋଲି ଆଜାଦ୍ କହିଛନ୍ତି।

ଏହାଛଡ଼ା, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ୍‌ ଗାନ୍ଧୀ ଯେଭଳି ସମାଲୋଚନା କରୁଛନ୍ତି, ସେଥିପାଇଁ ମଧ୍ୟ ଆଜାଦ୍‌ ତାଙ୍କୁ ନିନ୍ଦା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏବକାର ‘ସିଡବ୍ଲୁସି’ ର କୌଣସି ଅର୍ଥ ନାହିଁ ଏହି କମିଟି ନିରର୍ଥକ। ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ ଅଧୀନରେ କେବଳ ‘ସିଡବ୍ଲୁସି’ ଅଛି। କିନ୍ତୁ, ଗତ ୧୦ ବର୍ଷ ପୂର୍ବେ ୨୫ଜଣ ‘ସିଡବ୍ଲୁସି’ ସଦସ୍ୟ ଏବଂ ୫୦ଜଣ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଥିଲେ। ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ପରାମର୍ଶ ରାଜନୀତି ଉପରେ ଖୁବ୍‌ ବିଶ୍ବାସ କରୁଥିଲେ। କିନ୍ତୁ, ରାହୁଲ୍‌ଙ୍କ ଯୋଗୁଁ ସବୁ ନଷ୍ଟ ହୋଇଗଲା ବୋଲି ସେ କହିଛନ୍ତି।

Related Posts