କାଶ୍ମୀର ପ୍ରସଙ୍ଗରେ କଣ କହିଲେ ରାହୁଲ ଗାନ୍ଧୀ

ସତ୍ୟପାଠ ବ୍ୟୁରୋ : ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଟୁଇଟ କରି ବିରୋଧ କଲେ ରାହୁଲ ଗାନ୍ଧୀ । ବିଜେପିର ଏହି ନିଷ୍ପତି ଦେଶ ପାଇଁ ବିପଦ ବୋଲି କହିଛନ୍ତି ରାହୁଲ । ଲୋକଙ୍କ କନ୍ଦାଇ , ନେତାଙ୍କୁ ବନ୍ଦୀ କରି ଏଭଳି ଏକପାଖିଆ ନିଷ୍ପତି ନେବା ଠିକ ହୋଇନାହିଁ ବୋଲି ସେ କହିଛନ୍ତି ।

ଏକପାଖିଆ ଭାବେ ଦେଶର ଏକତା ସମ୍ଭବ ନୁହେଁ । ଏହା କୌଣସି ସ୍ଥାନ, ଜମି ବା ଅବସ୍ଥିତିକୁ ନେଇ ନୁହେଁ ବୋଲି ରହୁଲ କହିଛନ୍ତି । ଗତକାଲି ଠାରୁ ରାହୁଲ କୌଣସି ମତାମତ ଦେଇ ନଥିବା ବେଳେ ଆଜି ଟୁଇଟ କରି ଏଭଳି ଲେଖିଛନ୍ତି ରାହୁଲ । ସେପଟେ ଧାରା ୩୭୦ ଉଚ୍ଛେଦକୁ ବିରୋଧ ଓ ସମର୍ଥନ ନେଇ କଂଗ୍ରେସ ମଧ୍ୟ ଦୁଇଫାଳ ହେବା ଭଳି ସ୍ଥିତି ଦେଖିବାକୁ ମିଳିଛି । କିଛି ସଦସ୍ୟ ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସଦସ୍ୟ ଏହି ନିଷ୍ପତି ଦେଶ ହିତ ପାଇଁ କହି ସମର୍ଥନ କରିଛନ୍ତି ।

Related Posts