ଏକ ଭାରତ, ଶ୍ରେଷ୍ଠ ଭାରତ ଲକ୍ଷ୍ୟରେ ହୋଇଥିଲା ରାମକୃଷ୍ଣ ମିଶନର ସ୍ଥାପନା :ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅମଦେଶ ଭାରତରେ ସନ୍ନ୍ୟାସର ମହାନ୍ ପରମ୍ପରା ରହିଛି। ବାନପ୍ରସ୍ଥ ଆଶ୍ରମ ସନ୍ନ୍ୟାସ ଦିଗ ଆଡ଼କୁ ଏକ ପାଦ। ସନ୍ନ୍ୟାସର ଅର୍ଥ ହେଉଛି ସ୍ଵୟଂରୁ ଉପରକୁ ଉଠି ସମଷ୍ଟି ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ଏବଂ ବଞ୍ଚିବା। ସନ୍ନ୍ୟାସୀ ପାଇଁ ଜୀବଜଗତ ସେବା କରିବାର ଅର୍ଥ ହେଉଛି ଭଗବାନଙ୍କ ପାଇଁ ସେବା କରିବା।ଶହ ଶହ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ଯ୍ୟଙ୍କ ଠାରୁ ନେଇ ସ୍ଵାମୀ ବିବେକାନନ୍ଦଙ୍କ ଯାଏଁ ଆମର ସନ୍ଥ ପରମ୍ପରା ସର୍ବଦା ଏକ ଭାରତ, ଶ୍ରେଷ୍ଠ ଭାରତର ଉଦ୍‌ଘୋଷିତ କରିଆସିଛି। ରାମକୃଷ୍ଣ ମିଶନର ସ୍ଥାପନା ଏକ ଭାରତ, ଶ୍ରେଷ୍ଠ ଭାରତ ଲକ୍ଷ୍ୟରେ କରାଯାଇଥିଲା। ସ୍ଵାମୀ ଆତ୍ମସ୍ଥାନାନନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, ଯେତେବେଳେ ଆମ ବିଚାରରେ ବ୍ୟାପକତା ହୁଏ ଆମ ପ୍ରୟାସରେ ଆମେ କେବେ ଏକାକୀ ହେବା ନାହିଁ। ଭାରତ ବର୍ଷରେ ଏଭଳି ବହୁ ସନ୍ଥ ଅଛନ୍ତି ଯେଉଁମାନଙ୍କ ଜୀବନ ଯାତ୍ରା ଶୂନ୍ୟରୁ ଆରମ୍ଭ ହୋଇ ଶିଖର ଭଳି ସଂକଳ୍ପକୁ ପୂରଣ କରିପାରିଛନ୍ତି। ଦେଶର ଯେକୌଣସି ବି ସ୍ଥାନକୁ ଯାଆନ୍ତୁ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠାରୁ ସ୍ଵାମୀ ବିବେକାନନ୍ଦ ଯାଇ ନାହାଁନ୍ତି। ସ୍ବାମୀଜୀ ଲୋକମାନଙ୍କ ମନରେ ନୂଆ ଆତ୍ମବିଶ୍ଵାସ ଭରିଥିଲେ।ଜଣେ ସନ୍ନ୍ୟାସୀ ପାଇଁ ଜୀବ ସେବାରେ ପ୍ରଭୁଙ୍କ ସେବା ଦେଖିବା, ଜୀବରେ ଶିବ ଦେଖିବା ହେଉଛି ସର୍ବୋପରି। ମହାନ୍ ସନ୍ଥ ପରମ୍ପରାକୁ ସ୍ଵାମୀ ବିବେକାନନ୍ଦ ଆଧୁନିକ ରୂପ ଦେଇଥିଲେ। ସ୍ଵାମୀଜି ନିଜେ ଏହି ସନ୍ନ୍ୟାସ ଜୀବନ ଜିଇଁଥିଲେ ଏବଂ ଏହାକୁ ଚରିତାର୍ଥ କରିଥିଲେ।

Related Posts