ନାଗପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ୧୦ଜଣ ଗିରଫ

ମୁମ୍ବାଇ: ନାଗପୁରରେ ଲଜ୍ୟା । ଜଣେ ନାବାଳିକା କୁ ଗଣଦୁଷ୍କର୍ମ କରିଛନ୍ତି ଅଭିଯୁକ୍ତ । ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଦୁଷ୍କର୍ମ ମାମଲା । ପ୍ରତ୍ୟେକ ଦିନ ଦେଶର କେଉଁଠି ନା କେଉଁଠି ଆସୁଛି ନାରୀଙ୍କୁ ପାଶବିକ ଅତ୍ୟାଚାର ଘଟଣା । ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରୁ । ନାଗପୁରରେ ଜଣେ ୧୧ ବର୍ଷୀୟ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ଏହି ଗଣଦୁଷ୍କର୍ମ ମାମଲାରେ ମୋଟ ୧୦ଜଣକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଚାରି ଦିନ ତଳେ ନାଗପୁର ଜିଲ୍ଲାର ଉମରେଦଠାରେ ଶୁଭ ଭୋଜରାଜ ଦାମଦୁ ନାମକ ଜଣେ ଯୁବକଙ୍କୁ ରୋଶନ ସାଦାଶିଭ କରଗାଓଁକର ଏବଂ ବାଦଲ ନାମକ ଦୁଇଜଣ ବ୍ୟକ୍ତି ହତ୍ୟା କରିଥିଲେ । ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ମାମଲାର ତଦନ୍ତ ଚାଲିଥିବା ସମୟରେ ଏହି ଘଟଣାରେ ପୁଣି ଏକ ଟ୍ବିଷ୍ଟ ଆସିଥିଲା । ଗିରଫ ହୋଇଥିବା ରୋଶନ ସାଦାଶିଭ କରଗାଓଁକର ଏବଂ ବାଦଲ ନାମକଙ୍କ ବିରୋଧରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ, ରୋଶନ ନାମକ ପ୍ରଥମ ଅଭିଯୁକ୍ତ ଜଣକ ଏହି ନାବାଳିକାଙ୍କୁ ଘରୁ ନେଇଯାଇଥିଲେ । ପରେ ଦ୍ବିତୀୟ ଅଭିଯୁକ୍ତଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ ଓ ତାଙ୍କର ୮ଜଣ ସାଙ୍ଗ ମଧ୍ୟ ନାବାଳିକା ସହ ଗଣଦୁଷ୍କର୍ମ କରିଥିଲେ । ଏହାପରେ ନାବାଳିକାକୁ ୩୦୦ଟଙ୍କା ଦେଇ କାହା ଆଗରେ ମୁହଁ ନଖୋଲିବାକୁ ମନା କରିଥିଲେ । ଯଦି କାହା ଆଗରେ କିଛି କହୁ ତାହାଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ଏହି ଘଟଣା ସାମ୍ନାକୁ ଆସିବା ପରେ ମୋଟ ୧୦ ଜଣକୁ ଗିରଫ କରିଛି ଉମରେଦ ପୋଲିସ ।

Related Posts