କର୍ଣ୍ଣାଟକ ଯୁବ ବିଜେପି କର୍ମକର୍ତ୍ତା ପ୍ରବୀଣ ନେତାରୁଙ୍କ ହତ୍ୟାକାଣ୍ଡ ଘଟଣା: ଯାଞ୍ଚ କରିବ NIA

ବେଙ୍ଗାଲୁରୁ: କର୍ଣ୍ଣାଟକ ଯୁବ ବିଜେପି କର୍ମକର୍ତ୍ତା ପ୍ରବୀଣ ନେତାରୁ ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ, ଏବେ ଏହି ହତ୍ୟାକାଣ୍ଡର ଯାଞ୍ଚ କରିବ NIA । ଏହାକୁ ନେଇ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ହତ୍ୟାକାଣ୍ଡକୁ ନେଇ କର୍ଣ୍ଣାଟକରେ ବିଜେପି କର୍ମୀଙ୍କ ଉତ୍ତେଜନା ଲାଗି ରହିଛି । ଗତ ମଙ୍ଗଳବାର ରାତିରେ ପ୍ରବୀଣ ନେତାରୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ଏହା ବି ପଢ଼ନ୍ତୁ କର୍ଣ୍ଣାଟକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା, CCTVରେ କଏଦ ଦୃଶ୍ୟଏହାକୁ ନେଇ ବିଜେପି ଓ ହିନ୍ଦୁ ସଂଗଠନ ପକ୍ଷରୁ ବ୍ୟାପକ ପ୍ରତିବାଦ କରାଯାଇଥିଲା । କର୍ଣ୍ଣାଟକର ବିଜେପି ରାଜ୍ୟ ସଭାପତି ମଧ୍ୟ ବିଜେପି ଓ ହିନ୍ଦୁ ସଂଗଠନର କର୍ମକର୍ତ୍ତାଙ୍କ ଆକ୍ରୋଶରୁ ରକ୍ଷା ପାଇ ପାରି ନଥିଲେ । ମାମଲାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଘଟଣାକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାଶବରାଜ ବୋମ୍ମାଇ ।

ସେପଟେ ଗତ ଗୁରୁବାର ପୁଣି ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ବିଜେପି କର୍ମକର୍ତ୍ତାଙ୍କୁ ଗୋଡାଇ ଗୋଡ଼ାଇ ହାଣିଛନ୍ତି ହତ୍ୟାକାରୀ । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ମୃତକ ଫାଜିଲ ଜଣେ ବିଜେପି କର୍ମୀ ବୋଲି ଜଣା ପଡି଼ଛି । ସେ ମାଙ୍ଗାଲୋରରେ ଏକ ଦୋକାନ ଚଳାଉଥିଲେ ।

ଗୁରୁବାର ରାତିରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ଏହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ପୁନଃ ଉତ୍ତେଜନା ଦେଖା ଦେଇଛି ।

Related Posts