ରସିକିଆ ନକଲି ଡାକ୍ତର; ଦିଲ୍ଲୀରେ ପ୍ରସ୍ତୁତ କରୁଥିଲା ନକଲି ପରିଚୟପତ୍ର, ଦସ୍ତାବିଜ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରସିକିଆ ନକଲି ଡାକ୍ତରର ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି । ରମେଶ ସ୍ୱାଇଁ ଓରଫ ବିଜୟଶ୍ରୀ ରମେଶ ଓରଫ ବିଧୁ ପ୍ରକାଶ ସ୍ୱାଇଁ ଓରଫ ଡାକ୍ତର ରଜନୀ ରଞ୍ଜନ । ଏଭଳି ଅନେକ ନାମ ରହିଛି ନକଲି ଡାକ୍ତରର । ଏସବୁ ନାମରେ ରମେଶ ସ୍ୱାଇଁ ଆଧାରକାର୍ଡ, ପାନକାର୍ଡ, ପରିଚୟପତ୍ର ମଧ୍ୟ ତିଆରି କରିଥିଲ । ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ପରିଚୟ ଦେଇ ଜାଲ କାଗଜପତ୍ର ପ୍ରସ୍ତୁତ କରି ରାମେଶ ଠକେଇ କରୁଥିଲା । ଏକାଧିକ ମହିଳାଙ୍କୁ ଜାଲରେ ଫସାଇ ବିବାହ କରୁଥିଲା । ଘର ଭଡ଼ା ନେଉଥିଲା ।

ଗାଡ଼ି କିଣୁଥିଲା, ବ୍ୟାଙ୍କ ପାସବୁକ ତିଆରି କରୁଥିଲା । ତେବେ ଦିଲ୍ଲୀର ଏକ ସାଇବର କାଫେରେ ରମେଶ ଏହି ସବୁ ଜାଲ କାଗଜପତ୍ର ତିଆରି କରୁଥିଲା ବୋଲି ଡ୍ରାଇଭର ପପୁ ଗୁମର ଖୋଲିଛି । ରିମାଣ୍ଡର ଶେଷ ଦିନରେ ଆଜି ଜେରା ବେଳେ ପୁଲିସକୁ କିଛି ଏଭଳି ତଥ୍ୟ ମିଳିଛି । ପପୁ ଦିଲ୍ଲୀର ଯେଉଁ ଠିକଣା ଦେଇଛି ତଦନ୍ତ କରିବା ଲାଗି ସେଠାକୁ ଏକ ଟିମ ଖୁବଶୀଘ୍ର ଯିବ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ପୁଣିଥରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts