ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ମିସାଇଲ SRSAM: ସଫଳ ଉତ୍‌କ୍ଷେପଣ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା

ବାଲେଶ୍ବର: ଆଜି ସକାଳ ସାଢେ଼ 10 ଟା ସମୟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହୋଇଛି ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ SRSAM । ଏହା ସଫଳ ଉତ୍‌କ୍ଷେପଣ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷଣ ପାଇଁ ଲଞ୍ଚପ୍ୟାଡ଼ର ଅଢେଇ କିଲୋମିଟର ପରିଧି ମଧ୍ୟରୁ 6ଟି ଗାଁର 7 ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ଏହି ବ୍ୟବସ୍ଥା ଭାରତୀୟ ସେନାର ଏକ ଅଂଶ । ପରୀକ୍ଷଣରେ କ୍ଷେପଣାସ୍ତ୍ରଟି ବହୁ ଦୂରରୁ ଟାର୍ଗେଟରେ ସିଧାସଳଖ ହିଟ୍ କରିଥିବ ଡିଆରଡିଓ ପକ୍ଷରୁ ସୂଚନା ମିଳଛି ।

ସୂଚନାଯୋଗ୍ୟ, ଗତ ବର୍ଷ ଜୁଲାଇରେ ଭାରତ ବାଲେଶ୍ବର ଓଡିଶା ଉପକୂଳରୁ ବ୍ରାହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଏକ ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷଣ କରିଥିଲା ଭାରତ । ଏହି କ୍ଷେପଣାସ୍ତ୍ରଟି ନୂତନ ବୈଷୟିକ ବିକାଶ ସହିତ ସଜ୍ଜିତ ହୋଇଥିଲା ଯାହା ସଫଳତାର ସହିତ ପ୍ରମାଣିତ ହୋଇଥିଲା । ଉତ୍‌କ୍ଷେପଣ ପରେ ରାଡ଼ାରରୁ ମିଳିଥିବା ତଥ୍ୟକୁ ନେଇ ସମୀକ୍ଷା ଚାଲିଥିଲା । ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ହୋଇଥିବା ବ୍ରହ୍ମୋସ । ବ୍ରହ୍ମୋସକୁ ସ୍ଥଳ, ବାୟୁ ଓ ନୌସେନାରେ ସାମିଲ କରାଯାଇଛି ।

କିଛି ଦିନ ତଳେ ନିକୋବର ଦ୍ବୀପପୂଞ୍ଜରୁ ସଫଳତାର ସହ ପରୀକ୍ଷଣ ହୋଇଥିଲା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଏହି ଅତ୍ୟାଧୁନିକ ସୁପରସୋନିକ ମିସାଇଲ ପରୀକ୍ଷଣ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ନିଜର ଲକ୍ଷ୍ୟକୁ ଭେଦ କରିଥିବାବେଳେ ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

Related Posts