ଫୋନ୍ କିଣିବାକୁ ଅସମର୍ଥ ହେଲା ମା, ପଥରରେ ଛେଚି ପୁଅ କଲା ହତ୍ୟା

ହାଇଦ୍ରାବାଦ: ତେଲେଙ୍ଗାନାର ଜୋଗୁଲମ୍ବା ଗଡୱାଲ ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ଘଟଣା। ନିଜ ଜନ୍ମ କଲା ମା କୁ ପଥରରେ ଛେଚି ହତ୍ୟା କରିଛି ପୁଅ । ମାଆର ମମତା ଠାରୁ ସାମାନ୍ୟ ସ୍ମାର୍ଟଫୋନ ଏତେ ମୂଲ୍ୟବାନ ହୋଇପଡ଼ିଲା ଯେ, ମା ଫୋନ କିଣିବାକୁ ଟଙ୍କା ନ ଦେବାରୁ ଜନ୍ମଦାତ୍ରୀକୁ ହତ୍ୟା କରିବାକୁ ପଛାଇଲାନି ପୁଅ । ଆଉ ଅତି ନିର୍ମମ ଭାବେ ହତ୍ୟା କରିଛି ।

ମୃତ ମହିଳା ଲକ୍ଷ୍ମୀମୃତ ମହିଳା ଲକ୍ଷ୍ମୀପୁରା ଘଟଣା ଥିଲା ଏମିତିଜୋଗୁଲମ୍ବା ଗଡୱାଲର ଜିଲ୍ଲାର ଉଣ୍ଡାଭଲ୍ଲୀ ମଣ୍ଡଳ ଶେରିପଲ୍ଲୀ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ମହିଳା ହେଉଛନ୍ତି ଲକ୍ଷ୍ମୀ । ଲକ୍ଷ୍ମୀ ଓ ଭେଙ୍କଟେଶ୍ବରାଲୁଙ୍କ ୨ଟି ପୁଅ । ବଡ ପୁଅ ମହେଶ ଓ ସାନ ପୁଅ ସାଲେମାନ । ତାଙ୍କ ପିତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ବେଳେ ସେ ଘରେ ରୁହନ୍ତି । ଲକ୍ଷ୍ମୀ ଚାଷଜମିରେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ସେପଟେ ବଡ଼ ପୁଅ ମହେଶ ଶ୍ରମିକ କାମ କରିଥାଏ । ମହେଶ ନିଜ ମାଆକୁ ଏକ ଫୋନ କିଣିବା ପାଇଁ ଟଙ୍କା ମାଗିଥିଲା । ହେଲେ ଆର୍ଥିକ ସମସ୍ୟା ଯୋଗୁଁ ଲକ୍ଷ୍ମୀ ଫୋନଟିଏ କିଣିପାରିନଥିଲେ । ଗତ ମଙ୍ଗଳବାର ସେ ଫୋନ ମାଗିଥିଲା । ଲକ୍ଷ୍ମୀ ଫୋନ କିଣି ଦେବାକୁ ଅସମର୍ଥ ବୋଲି କହିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ମହେଶ ଉତକ୍ଷିପ୍ତ ପଥରରେ ଲକ୍ଷ୍ମୀଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛି । ଏହି ଆକ୍ରମଣ ପରେ ଲକ୍ଷ୍ମୀଙ୍କ ମୁଣ୍ଡରୁ ବହୁ ମାତ୍ରାରେ ରକ୍ତସ୍ରାବ ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ସାନ ପୁଅ ସାଲେମାନ ନିକଟରେ କାର ଭାଙ୍ଗିବା ଅଭିଯୋଗରେ ଜେଲ ଯାଇଥିଲା । ବଡ ପୁଅ ମହେଶ କିଛି ଦିନ ପୂର୍ବେ ହାତରେ ଆଘାତ ଲାଗିବା ଯୋଗୁଁ ଘରେ ରହୁଥିଲା । ଆଉ ଲକ୍ଷ୍ମୀ କାମକୁ ନ ଯାଇ ପୁଅର ସେବା କରୁଥିଲେ ।

Related Posts