ରସିକିଆ ନକଲି ଡାକ୍ତରଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରସିକିଆ ନକଲି ଡାକ୍ତରଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ତେବେ ପଚରାଉଚରା ସମୟରେ ପୁଲିସକୁ ସହଯୋଗ କରୁ ନଥିବା ଏବଂ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ରମେଶ ଚନ୍ଦ୍ର ସ୍ୱାଇଁଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଲାଗି ପୁଲିସ ପକ୍ଷରୁ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ଏନେଇ ନ୍ୟାୟାଳୟ ଅନୁମତି ଦେବା ପରେ ଲାଏ ଡିଟେକ୍ସନ କରାଯିବ ବୋଲି ମହିଳା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏଥର ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ସବୁ ସତ ଓଗାଳିବେ ବୋଲି ପୁଲିସ ଆଶା ରଖିଛି।

ଏ ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ନିଜକୁ ଜଣେ ଡାକ୍ତର ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ବୋଲି ପରିଚୟ ଦେଇ ରାଜ୍ୟ ଓ ରାଜ୍ୟ ବାହାରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରମେଶ ଚନ୍ଦ୍ର ସ୍ବାଇଁଙ୍କ ୧୭ ଜଣଙ୍କୁ ବିଭିନ୍ନ ଶୈଳୀରେ ବିବାହ କରିଛି। ପୂର୍ବରୁ ସେ ୧୪ ଜଣ ମହିଳାଙ୍କର ସ୍ବାମୀ ବୋଲି ଜଣାପଡ଼ିଥିଲା। କିନ୍ତୁ ଧୀରେ ଧୀରେ ରମେଶ ବିଷୟରେ ପୁଲିସକୁ ଅଧିକ ତଥ୍ୟ ମିଳଛି। ଏବେ ଯାଏଁ ସେ ୧୭ ଜଣଙ୍କୁ ବିବାହ କରିଥିବା ଜଣାପଡ଼ିଛି।

Related Posts