
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗିରଫ ହେଲେ ରସିକିଆ ନକଲି ଡାକ୍ତରଙ୍କ ଭଉଣୀ । ଭାଇ-ଭଉଣୀଙ୍କୁ ସାମ୍ନାକୁ ସାମ୍ନି ଜେରା ପରେ ରମେଶ ସ୍ୱାଇଁଙ୍କ ଭଉଣୀଙ୍କୁ ପୁଲିସ ଗିରଫ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଭଉଣୀଙ୍କୁ ଗିରଫ କରାଯାଇଥିବା ବେଳେ ରମେଶଙ୍କ ଭିଣୋଇ ଫେରାର ଅଛନ୍ତି । ରମେଶ ଏବଂ ତାଙ୍କ ଭଉଣୀଙ୍କୁ ସାମ୍ନାସାମ୍ନି ଜେରା କରିଥିଲା ପୋଲିସ । ଜେରା ବେଳେ ତାଙ୍କ ଭଉଣୀ ଅନେକ କଥା ଓଗାଳିଛନ୍ତି । ଜେରା ବେଳେ ଠକେଇ ନେଇ ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇଛି ।
ତେବେ ଖୁଣ୍ଟୁଣୀରେ ରମେଶଙ୍କ ପତ୍ନୀଙ୍କ ନାଁରେ ଫାର୍ମ ହାଉସ୍ ରହିଛି । ପ୍ରାୟ ୧୫ରୁ ୨୦ ଏକର ଜମିରେ ଫାର୍ମ ହାଉସ୍ ରହିଛି । ରମେଶଙ୍କର ଏକାଧିକ ଠକେଇ ଘଟଣାରେ ଭଉଣୀ ସଂପୃକ୍ତ । ଠକେଇରେ ରମେଶଙ୍କୁ ଭଉଣୀ ସହଯୋଗ କରୁଥିଲେ । ତେବେ ଭଉଣୀ ଗିରଫ ହୋଇଥିବା ବେଳେ ଭିଣୋଇ ଫେରାର ଅଛନ୍ତି । ଗାଁ ଫାର୍ମ ହାଉସରୁ କୁକୁଡା ପ୍ରଜନନ ମେସିନ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।