ବିଷାକ୍ତ ମଦ ପିଇ 38 ଜଣଙ୍କ ମୃତ୍ୟୁ, ଯୋଗୀ ଦେଲେ ତଦନ୍ତ ନିର୍ଦ୍ଦେଶ

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁ । ଦୁଇଟି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଷାକ୍ତ ମଦ ପିଇ ୩୮ ଜଣଙ୍କର ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି । ସହାରଣପୁରରେ ୧୬ ଜଣ, କୁଶୀନଗରରେ ୧୦ ଜଣ ଓ ରୁରକିରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।

ଏଥିରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଅଛି । ସମସ୍ତ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ ମୃତ୍ୟୁର ସଂଖ୍ୟା ଭିନ୍ନ କୁହାଯାଉଛି । ସେପଟେ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଶାସନ ତରଫରୁ ମୃତକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ । ଉତ୍ତରପ୍ରଦେଶରେ ମଦ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Related Posts