୫୦ ବେସିସ୍‌ ପଏଣ୍ଟ୍‌ ରେପୋ ରେଟ ବୃଦ୍ଧି କଲା ଆରବିଆଇ, ଇଏମଆଇ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ମୁଦ୍ରାସ୍ପୀତିକୁ ଦେଖି ରେପୋ ରେଟ୍ ବଢ଼ାଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ।ଚଳିତ ଆର୍ଥିକ ବର୍ଷରେ ଚତୁର୍ଥ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛନ୍ତି ଆରବିଆଇ। ଗତ ୨୮ ତାରିଖରୁ ଆରବିଆଇର ତିନି ଦିନିଆ ‘ମିନିଟାରି ପଲିସି କମିଟି’ (ଏମ୍‌ପିସି) ବୈଠକ ଚାଲିଥିଲା।ଏହି ବୈଠକ ପରେ ଆଜି ଆରବିଆଇ ରେପୋ ରେଟ ୫୦ ବେସିସ୍‌ ପଏଣ୍ଟ୍‌ ବଢ଼ାଇ ୫.୯୦% କରିଥିବା ଘୋଷଣା କରିଛି। ରେପୋ ରେଟ୍ ବର୍ତ୍ତମାନ ୫.୪୦ ପ୍ରତିଶତ ରହିଥିଲା। ରେପୋ ରେଟ୍ ବୃଦ୍ଧି ହେବା ପରେ ଏବେ ଋଣ ଉପରେ ସୁଧ ହାର ବୃଦ୍ଧି ପାଇବ। ଯାହା ଆପଣଙ୍କ ଇଏମଆଇ ଉପରେ ସିଧାସଳଖ ପ୍ରଭାବ ପକାଇବ।

ରେପୋ ରେଟ୍ କଣ ?

ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁଥିରେ ଆରବିଆଇ ଅନ୍ୟ ବ୍ୟାଙ୍କମାନଙ୍କୁ ଋଣ ପ୍ରଦାନ କରିଥାଏ। ରେପୋ ରେଟ୍ ବୃଦ୍ଧି ହେତୁ ବ୍ୟାଙ୍କଗୁଡିକର ଋଣ ନେବାକୁ ଆଗ୍ରହ ବଢିଥାଏ। ଯାହା ସେମାନେ ଗ୍ରାହକଙ୍କୁ ମଧ୍ୟ ଦେଇଥାନ୍ତି। ତେବେ ରେପୋ ରେଟ୍ ବୃଦ୍ଧି ପରେ ଏବେ ବ୍ୟାଙ୍କ ଗୁଡ଼ିକ ନିଷ୍ପତ୍ତି ଯେ ସେମାନେ ଋଣରେ କେତେ ଇଏମଆଇ ବୃଦ୍ଧି କରିବେ।

ସୂଚନାଯୋଗ୍ଯ ଯେ, ସାରା ବିଶ୍ବକୁ ଏବେ ମୁଦ୍ରାସ୍ପୀତି ଚିନ୍ତା ଘାରିଛି। ଆମେରିକା ହେଉ ଅବା ବ୍ରିଟେନ ପାଇଁ ମୁଦ୍ରାସ୍ପୀତି ବଡ ଚ୍ୟାଲେଞ୍ଜ ପାଲଟିଛି। ଆମେରିକାର ଫେଡେରାଲ ରିଜର୍ଭ ସମେତ ବିଶ୍ୱର ଅନେକ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁଧ ହାର ବୃଦ୍ଧି କରିଛନ୍ତି।

Related Posts