କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଦାଖଲ କଲେ ସାଂସଦ ଶଶି ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଥିରୁଭନନ୍ତପୁରମ ସାଂସଦ ଶଶି ଥରୁର। ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟକୁ ଯାଇ ଥରୁର ତାଙ୍କ ନାମାନଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟପଟେ ଝାଡ଼ଖଣ୍ଡ କଂଗ୍ରେସ ନେତା କେଏନ୍ ତ୍ରିପାଠୀ ମଧ୍ୟ ନମାଙ୍କନ ଦାଖଲ କରିଛନ୍ତି। ଦଳର ନେତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ନାମାଙ୍କନ ଭରିଥିବା ତ୍ରିପାଠୀ କହିଛନ୍ତି।

ତେବେ ନାମାଙ୍କନ ଭରିବା ପୂର୍ବରୁ ଥରୁର କହିଛନ୍ତି ଦଳରେ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। କଂଗ୍ରେସର ଭୋଟର ହିଁ ସ୍ଥିର କରିବେ ଯେ ମୁଁ ଠିକ୍ ଲୋକ ନା ଭୁଲ୍ ଲୋକେ ବୋଲି ଥରୁର କହିଛନ୍ତି। ନାମାଙ୍କନ ଦାଖଲ କରିବା ପରେ ସେ ଦଳକୁ ସୁଦୃଢ଼ କରିବା ସହିତ ଦଳୀୟ କର୍ମୀଙ୍କ ପାଇଁ କାମ କରିବେ ବୋଲି ଥରୁର କହିଛନ୍ତି।

ଅପରପକ୍ଷରେ, ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ନାମାଙ୍କନ ପତ୍ର ଭରିବା ପାଇଁ ଏଆଇସିସି କାର୍ଯ୍ୟାଳୟ ଆସୁଥିବା ସୂଚନା ମିଳିଛି। ତେବେ ନାମାଙ୍କନ ଭରିବା ପୂର୍ବରୁ ଖଡଗେଙ୍କୁ ଅଶୋକ ଗେହେଲୋଟ୍, ହରିୟାଣାର ଭୁପିନ୍ଦର ସିଂହ ହୁଡ୍ଡା ଓ ବିହାରର ଅଖିଳେଶ ପ୍ରସାଦ ସିଂହ ଭଳି ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ମିଳିଛି। କଂଗ୍ରେସର ପ୍ରମୋଦ ତିୱାରୀ ମଧ୍ୟ ଖଡଗେଙ୍କୁ ସମର୍ଥନ ଜଣାଇବି ବୋଲି ସୂଚନା ଦେଇଛନ୍ତି।

Related Posts