ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ମିଳିଲା Y ପ୍ଲସ୍ ସୁରକ୍ଷା: ସମାଲୋଚନା କଲେ ଆଦିତ୍ୟ ଠାକରେ, କାଶ୍ମୀର ପଣ୍ଡିତଙ୍କୁ ସୁରକ୍ଷା ଦରକାର …. ବିଦ୍ରୋହୀମାନଙ୍କୁ ନୁହେଁ….

ମୁମ୍ବାଇ: ମହାରାଷ୍ଟ୍ର ଜାରୀ ରହିଛି ରାଜନୈତିକ ସଙ୍କଟ । ଏହାରି ମଧ୍ୟରେ ଅଘାଡ଼ି ଦଳର ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ମିଳିଛି Y ପ୍ଲସ୍ ସୁରକ୍ଷା। ଶିବସେନା ୱାର୍କରମାନେ ବିଦ୍ରୋହୀ ବିଧାୟକଙ୍କ ଅଫିସ ଓ ବ୍ୟକ୍ତିଗତ ସମ୍ପତ୍ତି ଉପରେ ଆକ୍ରମଣ କରିବା ଘଟଣା ପରେ କେନ୍ଦ୍ର ସରକାର ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ତେବେ ମୁଖ୍ୟ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କୁ କିନ୍ତୁ ଏହି ସୁରକ୍ଷା ଦିଆଯାଇ ନାହିଁ।

ଏହି ଘଟଣାକୁ ନେଇ ଉଦ୍ଧବ ଠାକ୍‌ରେଙ୍କର ସମର୍ଥକମାନେ ବିଦ୍ରୋହୀ ବିଧାୟକଙ୍କୁ ଧୋକାବାଜ ବୋଲି କହଇଛନ୍ତି। ସେମାନେ ଶିବ ସୈନିକ ନୁହେଁ। ଆମେ ସେମାନଙ୍କୁ ଶିବ ପ୍ରସାଦ ଦେବୁ ବୋଲି ଶିବସେନା କର୍ମୀମାନେ କହିଛନ୍ତି। ଇତି ମଧ୍ୟରେ ସିନ୍ଦଙ୍କର ଥାନେ, ଡୋମ୍ବିଭଳି, କଲ୍ୟାଣ, ଓ ଉଲହାଶନଗରରେ ଥିବା ସମସ୍ତ ଅଫିସକୁ ପୁଲିସ ସୁରକ୍ଷା ଦିଆଯାଇଛି।

ଅନ୍ୟପଟେ ୧୬ ବିଦ୍ରୋହୀ ବିଧାୟକଙ୍କୁ ଶିବସେନା ପକ୍ଷରୁ ନୋଟିସ କରାଯାଇଛି। ଶନିବାର ଦିନ ହୋଇଥିବା ପାର୍ଟି ବୈଠକରେ କାହିଁକି ସେ ଯୋଗଦେଲେ ନାହିଁ ବୋଲି ଉତ୍ତର ରଖିବାକୁ ସେମାନଙ୍କୁ ନୋଟିସ୍ କରାଯାଇଛି। ୭ ଭିତରେ ଉତ୍ତର ଖିବାକୁ ବିଦ୍ରୋହୀ ବିଧାୟକମାନଙ୍କୁ କୁହାଯାଇଛି।

ଏହିସବୁ ବିଧାୟକଙ୍କୁ ଦିଆଯାଇଛି Y ପ୍ଲସ୍ ସୁରକ୍ଷା।

ରମେଶ ବରନାରେ, ମଙ୍ଗେସ କୁଦଲକର, ସଞ୍ଜୟ ଶିରାତ, ଲତାବାଇ ସୋନୱେନେ, ପ୍ରକାଶ ସୁର୍ଭେ, ସଦାନନ୍ଦ ସରନଭଙ୍କର, ୟୋଗେଶ ଦାଦା କଦମ, ପ୍ରତାପ ସରନାଇକ, ୟାମିନି ଜଧା,ପ୍ରଦୀପ ଦୈଶ୍ୱାଲ, ସଞ୍ଜୟ ରାଥୋଡ, ଦାଦାଜି ଭୁସେ, ଦିଲ୍ଲୀପ ଲାଣ୍ଡେ, ବାଲାଜୀ କଲ୍ୟାଙ୍ଗର ଓ ସନ୍ଦିପନ ବୁମରେ।

ସେପଟେ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଦିଆଯିବା ଘଟଣାକୁ ନିନ୍ଦା କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। କାଶ୍ମୀର ପଣ୍ଡିତମାନଙ୍କୁ ସିଆର୍‌ପିଏଫ୍ ସୁରକ୍ଷା ଦିଆଯିବା ଦରକାର। କାରଣ ସେମାନଙ୍କୁ ଏହାର ଆବଶ୍ୟକତା ଅଛି। ହେଲେ ଏଠି ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଦିଆଯାଉଛି ।

Related Posts