ଦେଶର ପୁନର୍ନିମାଣ ସେତେବେଳେ ସମ୍ଭବ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜର ‘ଭୁଲ’ ସ୍ୱୀକାର କରିବେ : ରାହୁଲ ଗାନ୍ଧୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କରୋନା କାଳରେ ଭାରତରେ ବଢୁଥିବା ଦାରିଦ୍ର୍ୟତାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି ଯେ ଦେଶର ପୁନର୍ନିମାଣ ସେତେବେଳେ ସମ୍ଭବ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜର ‘ଭୁଲ’ ସ୍ୱୀକାର କରିବେ ଓ ବିଶେଷଜ୍ଞଙ୍କ ସହାୟତା ନେବେ। ନଚେତ୍ ଦେଶର ଅବସ୍ଥା ଆହୁରି ଖରାପ ହେବା ବୋଲି ସେ ଚେତାବନୀ ଦେଇଛନ୍ତି। ବିଶ୍ୱ ବ୍ୟାଙ୍କର ଦାରିଦ୍ର୍ୟ ସମ୍ବନ୍ଧୀୟ ଏକ ତଥ୍ୟକୁ ଉଦ୍ଧୃତ କରି ସେ ଏକ ଟ୍ବିଟ୍ କରିଛନ୍ତି।

ରିପୋର୍ଟରେ ଉଲ୍ଲେଖ ରହିଛି ଯେ କୋଭିଡ ମହାମାରୀ ସମୟରେ ବିଶ୍ବ ଦାରିଦ୍ର୍ୟତାରେ ଭାରତର ଯୋଗଦାନ 57.3% ରହିଛି। ଏହାକୁ ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ” ଏହା ଭାରତ ସରକାରଙ୍କ ମହାମାରୀରକୁ ପ୍ରବନ୍ଧନର ପରିଣାମ ବୋଲି ସେ ଉଲ୍ଲେଖ କରିଛନ୍ତି। କିନ୍ତୁ ଆମକୁ ଭବିଷ୍ୟତ ଉପରେ ନଜର ରଖିବାକୁ ହେବ। ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ପ୍ରଧାନମନ୍ତ୍ରୀ ନିଜର ଭୁଲ ସ୍ୱୀକାର କରିବେ ଓ ପରିସ୍ଥିତିର ସୁଧାର ଲାଗି ବିଶେଷଜ୍ଞଙ୍କ ପରାମର୍ଶ ନେବେ । ଯଦି ପ୍ରଧାନମନ୍ତ୍ରୀ ଏହାକୁ ଅସ୍ୱୀକାର କରନ୍ତି ତେବେ ସମାଧାନର ରାସ୍ତା ବାହିରିପାରିବ ନାହିଁ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀ ସେୟାର କରିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ମହାମାରୀ ସମୟରେ ବିଶ୍ବର ଦାରିଦ୍ର୍ୟ ବୃଦ୍ଧିରେ ଭାରତର ଯୋଗଦାନ ସର୍ବାଧିକ ରହିଛି। ଗରିବ ଏବଂ ମଧ୍ୟମ ଆୟ ବର୍ଗଙ୍କ ପାଇଁ ବିଶ୍ବ ପରିବର୍ତ୍ତନରେ ଯଥାକ୍ରମେ 57.3% ଏବଂ 59.3% ଅଟେ।

Related Posts