BSNLକୁ ସଞ୍ଜିବନି; କମ୍ପାନୀ ପାଇଁ ୧.୬୪ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ସରକାର, ୨୫ ହଜାର ଗାଁକୁ ମିଳିବ ମୋବାଇଲ କନେକ୍ଟଭିଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସରକାରୀ ଟେଲିକମ କମ୍ପାନୀ BSNLକୁ କ୍ଷତିରୁ ବାହାର କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। କମ୍ପାନୀ ପାଇଁ ୧.୬୪ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଜାରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ଲାଗିଛି ।

ଏହାବ୍ୟତୀତ ଏବେ ପର୍ଯ୍ୟନ୍ତ BSNL ସୁବିଧା ପାଇବାରୁ ବଞ୍ଚିତ ରହିଥିବା ୨୫ ହଜାର ଗ୍ରାମରେ ମୋବାଇଲ କନେକ୍ଟଭିଟି ପାଇଁ କାର୍ଯ୍ୟ କରାଯିବ । ଏଥିପାଇଁ ମୋଟ ୨୬.୩୧୬ କୋଟି ଟଙ୍କାର ସାଚୁରେସନ ପ୍ୟାକେଜ ମଧ୍ୟ ଘୋଷଣା କରାଯାଇଛି । ଏବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇ କହିଛନ୍ତି BSNL ସହିତ BBNLର ମିଶ୍ରଣକୁ ମଧ୍ୟ ଅନୁମତି ଦେଇଛି କ୍ୟାବିନେଟ । ଏହାଦ୍ୱାରା ଉଭୟ କମ୍ପାନୀର ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

Related Posts